fbpx

ତିନି ସରକାରୀ ବ୍ୟାଙ୍କର ଗ୍ରାହକ ଧ୍ୟାନ ଦିଅନ୍ତୁ ! ଜୁନ ୧ରୁ ବଦଳିବାକୁ ଯାଉଛି ଏହି ଜରୁରୀ ନିୟମ

ନୂଆଦିଲ୍ଲୀ ୨୨ ।୦୫: ଆପଣ ଯଦି ବ୍ୟାଙ୍କ ଅଫ ବରୋଦା, କାନରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକ ତେବେ ଆପଣଙ୍କ ପାଇଁ ଜରୁରୀ ଖବର । ଏହି ତିନି ବ୍ୟାଙ୍କର ନିୟମରେ କିଛିଟା ବଦଳିବାକୁ ଯାଉଛି । ବ୍ୟାଙ୍କ ଅଫ ବରୋଦା ଗ୍ରାହକଙ୍କ ପାଇଁ ଚେକ୍ ଜରିଆରେ ପେମେଂଟ ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଛି । ସେହିପରି କାନରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆଇଏଫଏସସି କୋଡ୍ ବଦଳିବାକୁ ଯାଉଛି ।

ବ୍ୟାଙ୍କ ଅଫ ବରୋଦାର ଗ୍ରାହକଙ୍କ ପାଇଁ ୨୦୨୧ ଜୁନ ୧ରୁ ପଜିଟିଭ୍ ପେ କନଫର୍ମ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଗ୍ରାହକଙ୍କୁ ବ୍ୟାଙ୍କ ଠକାମୀର ଶିକାର ହେବାକୁ ପଡିବ ନାହିଁ । ପଜିଟିଭ୍ ପେ ଏମିତି ଏକ ସିଷ୍ଟମ ଯାହା ଠକାମୀକୁ ଧରିବାର ଏକ ଟୁଲ୍ । ଏହି ସିଷ୍ଟମ ଆଧାରରେ ଯିଏ ଚେକ୍ ଜାରି କରିବ ତାଙ୍କୁ ବ୍ୟାଙ୍କର ସଂପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ । ଚେକ୍ ପେମେଂଟ ପୂର୍ବରୁ ସମସ୍ତ ସୂଚନାକୁ ବ୍ୟାଙ୍କ କ୍ରସ୍ ଚେକ୍ କରିବେ । ଯଦି ଏଥିରେ କୌଣସି ତ୍ରୁଟି ବାହାରେ ତେବେ ବ୍ୟାଙ୍କ ଉକ୍ତ ଚେକ ରିଜେକ୍ଟ କରି ଦେବ ।

କାନରା ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜୁଲାଇ ୧ରୁ ଆଇଏଫଏସସି କୋଡ ବଦଳିବାକୁ ଯାଉଛି । ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ନୂତନ ଆଇଏଫଏସସି କୋଡ୍ ଜୁନ ୩୦ ସୁଦ୍ଧା ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ନୂତନ ଆଇଏଫଏସସି କୋଡ ଜାଣିବା ପାଇଁ ପ୍ରଥମେ କାନରା ବ୍ୟାଙ୍କର ୱେବସାଇଟ ଯିବାକୁ ପଡିବ । ସୂଚନାଯୋଗ୍ୟ, କାନରା ଓ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ହୋଇଛି । ଏହି ଦୁଇ ବ୍ୟାଙ୍କର ଏବେ ଗୋଟିଏ ଆଇଏଫଏସସି କୋଡ୍ ରହିବ । ଅନ୍ୟପଟେ ବ୍ୟାଙ୍କ ଅଫ ବରୋଦାରେ ବିଜୟ ଓ ଦେନା ବ୍ୟାଙ୍କର ବିଲୟ ହୋଇଛି ।

Get real time updates directly on you device, subscribe now.