fbpx
BJD SKY
BJD SKY

ଗୋଟିଏ ରାତିରେ ୩ଜଣ ନିର୍ମମ ହତ୍ୟା, ସିଏନଜି ପମ୍ପ ପାଖରେ ମିଳିଲା ମୃତଦେହ

BJD

ଗୁରୁଗାଓଁ : ଗୁରୁଗାଓଁରେ ଥିବା ଏକ ସିଏନଜି ପମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତ ବିଳମ୍ବିତ ରାତିରେ ତିନିଜଣଙ୍କୁ ଛୁରି ଭୁଷି ଅତି ନିର୍ମମଭାବେ ହତ୍ୟା କରାଯାଇଛି । ଦିଲ୍ଲୀ-ଗୁରୁଗାଓଁ ଏକ୍ସପ୍ରେସ୍‌ ୱେରେ ଥିବା ସିଏନଜି ପମ୍ପରେ ଏହି ହତ୍ୟାକାଣ୍ଡ ଘଟିଛି । ଏହି ତିନିଜଣଙ୍କୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ସେଠାରେ ୫ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ତଥ୍ୟ ଅନୁଯାୟୀ ସୋମବାର ରାତି ୩ଟାରେ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ସିଏନଜି ପମ୍ପ ନିକଟରେ ଥିବା ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । କେହି କିଛି ବୁଝିବା ଆଗରୁ ସେ ସେହି ସ୍ଥାନରେ ଟଳି ପଡ଼ିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ସେତେବେଳେ ସେହି ପମ୍ପ ନିକଟରୁ ପୋଲିସ ଆଉ ଦୁଇଟି ମୃତଦେହ ଠାବ କରିଥିଲା । ସମସ୍ତଙ୍କ ଶରୀରରେ ବାରମ୍ବାର ଛୁରି ଭୂଷା ଯାଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଶରୀରରେ ମଧ୍ୟ ଏକାଧିକ କ୍ଷତଚିହ୍ନ ରହିଥିଲା । ମୃତକ ୩ଜଣ ହେଲେ ପେଟ୍ରୋଲ ପମ୍ପ ମ୍ୟାନେଜର ପୁଷ୍ପେନ୍ଦ୍ର, ଅପରେଟର ଭୂପିନ୍ଦର କୁମାର ଓ ତେଲ ଭର୍ତ୍ତି କରୁଥିବା ନରେଶ କୁମାର ।

ଭୂପିନ୍ଦରଙ୍କ ଭାଇ କହିଛନ୍ତି ଯେ ତାଙ୍କ ପରିବାର ଲୋକେ ସକାଳେ ଟେଲିଫୋନ୍‌ ପାଇ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ସେଠାରେ ଭାଇର ମୃତଦେହ ଦେଖିଥିଲେ । ପୋଲିସ କହିଛି ଯେ ଏହି ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି । ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଅନୁସନ୍ଧାନ ଜାରି ରଖିଛି । ସୂଚନାଯୋଗ୍ୟ ଯେ ଏଥିପୂର୍ବରୁ ସେଠାରେ ଦୁଇଭାଇଙ୍କୁ ସ୍ପଷ୍ଟ ଦିବାଲୋକରେ ଦୁବୃର୍ତ୍ତମାନେ ଗୁଳିକରି ହତ୍ୟା କରିଥିଲେ ।

Get real time updates directly on you device, subscribe now.