ଦୋକାନୀଙ୍କ ଉପରକୁ ବୋମା ମାଡ଼

ବ୍ରହ୍ମଗିରି: ପୂର୍ବ ଶତ୍ରୁତାକୁ ଆଧାର କରି ଦୋକାନୀଙ୍କ ଉପରକୁ ହୋଇଛି ବୋମାମାଡ଼। ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ଥାନା ଛୋଟପୁର ଗାଁରେ। ଏହି ବୋମା ମାଡ଼ରେ 2 ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମଣିଷ ଦିନକୁ ଦିନ ଏତେ ଭୟାନକ କାଣ୍ଡ କରି ବସୁଛି ଯେ, ଯାହାକୁ ଶୁଣିବା ମାତ୍ରେ ଛାତି ଥରି ଉଠୁଛି। ଏଇ ଘଟଣା ଯେମିତି, ପୂର୍ବ ଶତ୍ରୁତା ପାଇଁ ଜଣେ ଦୋକାନୀଙ୍କ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୁତ୍ତ।

କିଏ ଫିଙ୍ଗିଛି, କାହିଁକି ଫିଙ୍ଗିଛି କିଛି ଜଣାପଡ଼ିନଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।