fbpx

ବିଦ୍ୟୁତ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼: ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ

Advertisement

ରାଜକନିକା: ଆଜି ଭୁବନେଶ୍ୱର ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ ଖବର ସାମ୍ନାକୁ ଆସିଛି । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ ଦେଖାଦେଇଛି । ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ଅନ୍ଦୋଳନ ଜାରି ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ଖରାର ପ୍ରଭାବ ବହୁ ମାତ୍ରାରେ ରହିଛି । ରାଜ୍ୟବାସୀ ଗରମ ଏବଂ ଗୁଳିଗୁଳିରେ ହନ୍ତସନ୍ତ ହେଉଛନ୍ତି । ଏନେଇ ବ୍ଲକ କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ ଦେଖାଦେଇଛି । ତେବେ ତାଙ୍କ ପ୍ରଦର୍ଶନ ବେଳେ ବିଦ୍ୟୁତ୍ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼ ହେଉଛି । ଅଣ୍ଡାସହ ଟମାଟର ମଧ୍ୟ ମାଡ କରୁଛନ୍ତି କଂଗ୍ରେସ କର୍ମୀ ।

ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ସକାଳ ୮ଟା ସମୟରୁ ୩୫ ଡିଗ୍ରୀ ପାରଦ ଛୁଉଁଛି । ସେହିପରି ରାଜଧାନୀ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ୪୫ ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି । ରାଜ୍ୟବାସୀ ଆକୁଳ ହୋଇ ମୌସୁମୀକୁ ଅନେଇ ବସିଛନ୍ତି । ଆଜି ସବୁଠାରୁ ଉତ୍ତପ୍ତ ସହର ହେଉଛି ସମ୍ବଲପୁର । ସଦିନ ସାଢେ ୧୧ଟାରେ ୪୨ ଡିଗ୍ରୀ ତାପମାତ୍ରା ରେକଡ୍ର କରିଛି ।

Get real time updates directly on you device, subscribe now.