fbpx

ମୋଟର ସାଇକେଲରେ କାହିଁକି ଲଗାଯାଏ ରଙ୍ଗୀନ ଝଣ୍ଡା, କ’ଣ ଥାଏ ଏହାର କାରଣ…..

Advertisement

ଓଡିଶା ଭାସ୍କର : ଅଧୁନା ପାହାଡରେ ମୋଟର ସାଇକେଲ ଚଲାଇବା ଏକ ଟ୍ରେଣ୍ଡରେ ପରିଗଣିତ ହୋଇ ସାରିଲାଣି । ସେଥିପାଇଁ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଲୋକେ ପାହାଡକୁ ବୁଲିବାକୁ ଯାଆନ୍ତି ଓ ସେଠାକାର ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରନ୍ତି । ଯଦି ପାହାଡରେ ଆପଣ କାହାକୁ ବାଇକ ଚଲାଇଥିବାର ଦେଖିଥିବେ , ତେବେ ସେମାନଙ୍କ ଗାଡିରେ ବି ରଙ୍ଗ ବେରଙ୍ଗର ଝଣ୍ଡା ଆପଣଙ୍କୁ ଦୃଷ୍ଟିଗୋଚର ହୋଇଥିବ ନିଶ୍ଚୟ । ତେବେ ଲୋକେ କାହିଁକି ଏଭଳି ରଙ୍ଗୀନ ଝଣ୍ଡା ଲଗାନ୍ତି…

କେବଳ ବାଇକ ନୁହେଁ, ବରଂ ଉତ୍ତରପ୍ରଦେଶ ଓ ହିମାଚଳପ୍ରଦେଶର ଅନେକ ପାହାଡରେ ମଧ୍ୟ ଏଭଳି ଝଣ୍ଡା ଦେଖିବାକୁ ମିଳେ । ଇନଷ୍ଟାଗ୍ରାମ ୟୁଜର୍ସ ଓ କଣ୍ଟେଣ୍ଟ କ୍ରିଏଟର୍ସ ଅଭିଷେକ ସିଂଙ୍କ କହିବାନୁସାରେ, ସେ ନିଜ ବାଇକରେ ଏହାକୁ ରକ୍ଷା ସୂତ୍ର ଭାବରେ ବାନ୍ଧିଥିଲେ । ଏହାକୁ ଶୁଭ ମଧ୍ୟ ମନାଯାଏ । ଏକ ରିପୋର୍ଟ ଅନୁସାରେ , ୫ ଟି ରଙ୍ଗର ହୋଇଥାଏ ଏହି ଧ୍ୱଜା । ଏହା ତିବ୍ଦତର ପ୍ରାର୍ଥନା ଝଣ୍ଡା ଭାବରେ ମଧ୍ୟ ଜଣାଯାଏ । ତିବ୍ଦତରେ ଲୋକେ ଏହାକୁ ପବିତ୍ର ମାନନ୍ତି । ଏହି ୫ ଟି ଅଲଗା ଅଲଗା ରଙ୍ଗ ଥିବା ଧ୍ୱଜାରେ ନୀଳ, ଧଳା, ସବୁଜ, ଗୋଲାପୀ ତଥା ନାଲି ରଙ୍ଗ ରହିଥାଏ ।

ଏହି ସମସ୍ତ ରଙ୍ଗର ଭିନ୍ନ ଭିନ୍ନ ଅର୍ଥ ମଧ୍ୟ ଥାଏ । ନୀଳ ରଙ୍ଗ ଆକାଶକୁ ସୂଚୀତ କରୁଥିବାବେଳେ ଧଳାରଙ୍ଗ ବାୟୁ, ନାଲି ରଙ୍ଗ ଅଗ୍ନି, ସବୁଜ ରଙ୍ଗ ଜଳ ଓ ଗୋଲାପୀ ରଙ୍ଗ ପୃଥିବୀର ପ୍ରତୀକ ଭାବରେ କାର୍ଯ୍ୟ କରେ । ବହୁତ ଲୋକ ଏହି ଧ୍ୱଜାକୁ ଅଲଗା ଅଲଗା ଲଗାଇ ଥାଆନ୍ତି, ମାତ୍ର ଏହାକୁ ଏଭଳି ନ କରି ଏକାସାଙ୍ଗରେ ଲଗାଇବା ଉଚିତ । ଏହାକୁ ଏକାସାଙ୍ଗରେ ହିଁ ଲଗାଇବା ଉଚିତ କାରଣ, ଏହା ପ୍ରକତିର ୫ ତତ୍ତ୍ୱକୁ ଦର୍ଶାଏ ।

Get real time updates directly on you device, subscribe now.