fbpx

ବାଘ ଚୟନ କରୁଛି ୟୁରୋ-୨୦୨୦ ବିଜେତା; ଭାଇରାଲ ହେଉଛି ଭିଡିଓ

Advertisement

ନୂଆଦିଲ୍ଲୀ: ପୂର୍ବରୁ ଅକ୍ଟୋପସ ପଲ୍ ବିଶ୍ୱକପ୍ ବିଜେତା ଚୟନ କରି ଚର୍ଚ୍ଚାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସର୍ବିଆର ଚିଡିଆଖାନାରେ ରହିଥିବା ଏହି ବାଘଟିର ନାମ ଖାନ୍ ବୋଲି ଜଣାପଡିଛି ।
ଭିଡିଓରେ ବାଘ ସମ୍ମୁଖରେ ଦୁଇଟି ପାର୍ସଲ ଲଟକା ଯାଇଥିଲା । ବାଘଟି ଯେଉଁ ଦଳର ପାର୍ସଲ ଟାଣିଥାଏ ସେହି ଦଳ ବିଜୟୀ ହୋଇଥାଏ । ଭିଡିଓରେ ବାଘଟି ଇଂଲଣ୍ଡ ଦଳର ବିଜୟୀ ହେବାର ପୂର୍ବାନୂମାନ ଲଗାଇଛି । ଏହା ପୂର୍ବରୁ ଖାନ୍ ୨୦୧୮ ଫିଫା ବିଶ୍ୱକପ ବିଜେତାର ପୂର୍ବାନୂମାନ ଲଗାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଚଳିତ ୟୁୂରୋ -୨୦୨୦ରେ ଇଟାଲୀ ଏବଂ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.