fbpx

ବାଘ ଛାଲ ବିକ୍ରି ସମୟରେ ମାଡି ବସିଲା ବନବିଭାଗ: ୭ ଗିରଫ,ଛାଲ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ଅନ୍ତର୍ଗତ ଯଶିପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଗତ ୫ତାରିଖ ବିଳମ୍ବିତ ରାତିରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଓ କେନ୍ଦୁଝର ବନଖଣ୍ଡ ଏବଂ କରଞ୍ଜିଆ ବନଖଣ୍ଡ କାର୍ୟ୍ୟାଳୟ ପକ୍ଷରୁ ଚଢ଼ାଉ କରି ଗୋଟିଏ କଲରାପତ୍ରିଆ ବାଘର ଚମଡା ସମେତ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଘଟଣା ସ୍ଥଳରୁ ।ତେବେ ଉକ୍ତ ଚମଡା କାରବାରରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ମଧ୍ୟ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଜାଗାରୁ ଗିରଫ କରିବାରେ ବନବିଭାଗ ସଫଳ ହଇଛି।

ମଧ୍ୟପ୍ରଦେଶସ୍ଥିତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀ ବିପିନ କୁମାର ଚୋଟପାଧ୍ୟାୟ କୌଣସି ସୂତ୍ରରୁ ଖବରପାଇ କେନ୍ଦୁଝର ବନଖଣ୍ଡ କାର୍ୟ୍ୟାଳୟକୁ ଆସିଥିଲେ।କାର୍ୟ୍ୟାଳୟର ସହକାରୀ ବନସଂରକ୍ଷକ ଘନଶ୍ୟାମ ମହାନ୍ତଙ୍କୁ ସାଙ୍ଗରେ ନେଇ ଉକ୍ତ ଅଧିକାରୀ ଯଶିପୁରସ୍ଥିତ ପୁରୁଣା ବସଷ୍ଟାଣ୍ଡକୁ ଯାଇଥିଲେ । ସେଠାରେ ଚମଡା ଚୋରା କାରବାର ପାଇଁ ଯୁବକଦ୍ବୟ ଅପେକ୍ଷା କରିଥିବା ସମୟରେ ସେମାନଙ୍କୁ ସେଠାରୁ ଗିରଫ କରାଯିବା ସହ ଚମଡ଼ାକୁ ଜବତ କରିବାପରେ ଦୁଧିଆଣି ବନାଞ୍ଚଳ କାର୍ୟ୍ୟାଳୟକୁ ହସ୍ତାନ୍ତର କରିଥିଲେ ।ଗିରଫ ଯୁବକଦ୍ବୟଙ୍କୁ ପଚରାଉଚୁରା ପରେ ଆଉ ୫ ଜଣଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜାଗାରୁ ଗିରଫ କରି ଅଧିକ ତଦନ୍ତ କରିବା ସହିତ ଆଜି କୋର୍ଟ ଚାଲାଣ କରିବ । ଜବତ ଚମଡାର ଲମ୍ବ ସାଢ଼େ ୪ ଫୁଟ ଓ ଓସାର ୨ ଫୁଟ ୫ ଇଞ୍ଚ ଥିବା ଜଣାଯାଇଛି ।ଉକ୍ତ ଚମଡାଟି ବହୁ ପୁରୁଣା ହୋଇଥିବା ଯୋଗୁଁ ଅନେକ ସ୍ଥାନର ଲୋମ ଉଠିଯାଇଛି । ତେବେ ବାରମ୍ବାର ଏପରି ବନ୍ୟଜନ୍ତୁ ଶିକାରୀ ମାନେ ସକ୍ରିୟ ଥିବା ବେଳେ ବନବିଭାଗ ଶିକାର ରକିବାରେ ସଂପୂର୍ଣ୍ଣ ବିଫଳ ହଇଛି।

Get real time updates directly on you device, subscribe now.