fbpx

ବାଘ ସଫାରିରେ ଆଖି ବୁଜିଲା ନାଲି ମହାବଳ ଶାବକ, ୨୮କୁ ଖସିଲା ସଂଖ୍ୟା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ବାଘଙ୍କ ପାଇଁ ପ୍ରସିଦ୍ଧି ହାସଲ କରିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଏକ ୧୦ ମାସର ନାଲି ମହାବଳ ଶାବକର ମୃତ୍ୟୁ ଘଟିଛି । ଧଳା ବାଘୁଣୀ ବିଜୟାର ଏହି ୧୦ ମାସର ଅଣ୍ଡିରା ଶାବକଟିର ମୃତ୍ୟୁ ଘଟିବା ନେଇ କାରଣ ସ୍ପଷ୍ଟ ହୋଇପାରିନାହିଁ । ଗତ ୧୦ ଦିନ ହେବ ବାଘ ସଫାରିରେ ମା’ ସହିତ ୩ ଶାବକଙ୍କୁ ଛଡ଼ାଯାଇଥିଲା । ଗତ ୩ ଦିନ ହେବ ମା’ ସହିତ ଦୁଇ ଶାବକଙ୍କୁ ଦେଖିବାକ ମିଳୁଥିବାବେଳେ ଜଣଙ୍କୁ ଦେଖିବାକୁ ମିଳିନଥିଲା । ତେବେ ସକାଳେ ଏହି ଶାବକଟିର ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି । ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ଖସିଆସିଛି ।

Get real time updates directly on you device, subscribe now.