fbpx

ନିର୍ଭୟା ଦୁଷ୍କର୍ମୀଙ୍କୁ ଫାଶୀ ପାଇଁ ତିହାର ଜେଲରେ ପ୍ରସ୍ତୁତି ସରିଯାଇଛି : ଏଆଇଜି

ନୂଆଦିଲ୍ଲୀ, ୭ା୧: ନିର୍ଭୟା ମାମଲାର ଆଜି ଶୁଣାଣୀ ହୋଇଛି । ସେଥିରେ ସମସ୍ତ ଦୁଷର୍ମୀଙ୍କୁ ମୃତ୍ୟୁର ପରୱାନା ଜାରି ହୋଇଛି । ସେମାନଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ଏନେଇ ତିହାର ଜେଲର ଏଆଇଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ନିର୍ଭୟା ଦୁଷ୍କର୍ମୀଙ୍କୁ ଫାଶୀ ପାଇଁ ତିହାର ଜେଲରେ ପ୍ରସ୍ତୁତି ସରିଯାଇଛି । ୪ଦୋଷୀଙ୍କୁ ଏକସଙ୍ଗରେ ଫାଶୀ ଦେବାକୁ ପ୍ରସ୍ତୁତି ହୋଇଛି । କେବଳ ଫାଶୀ ତାରିଖ ଘୋଷଣାକୁ ଜେଲ କର୍ତ୍ତୃପକ୍ଷ ଅପେକ୍ଷା କରିଥିଲେ ।

ଫାଶୀ ପୂର୍ବରୁ କିପରି ରହିବେ ଦୋଷୀ
ବର୍ତ୍ତମାନ ତିହାର ଜେଲରେ ଦୁଷ୍କର୍ମକାରୀ ପବନ, ଅକ୍ଷୟ, ମୁକେଶ ଓ ବିଜୟ । ୪ନିର୍ଭୟା ଦୋଷୀଙ୍କୁ ଜେଲରେ ଆଉ କିଛି କାମ କରିବାକୁ ଦିଆଯିବନି । ଏହାସହ ୨୪ଘଣ୍ଟା ଯାକ ସେମାନଙ୍କ ଉପରେ ନଜର ରଖାଯିବ । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଶାରୀରିକ ଓ ମାନସିକ ସୁସ୍ଥତା ଯାଞ୍ଚ ହେବ । କୌଣସି ଇଚ୍ଛାପତ୍ର କରିବାକୁ ଚାହୁଁଛନ୍ତି କି ବୋଲି ମଧ୍ୟ ସେମାନଙ୍କୁ ପଚରାଯିବ । ଏବେ କେବଳ ପରିବାରର ଜଣେ ସଦସ୍ୟଙ୍କୁ ଦୋଷୀ ଭେଟିପାରିବେ ବୋଲି ସୂଚନା ମିଳିଛି । ୪ନିର୍ଭୟା ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ । ଏନେଇ ବିହାରର ବକ୍ସରରୁ ଅଣାସରିଛି ଫାଶୀ ଦଉଡ଼ି । ଫାଶୀର ଦିନକୁ ପୂର୍ବରୁ ଉତ୍ତର ପ୍ରଦେଶରୁ ଘାତକ ଆସିବେ ବୋଲି ସୂଚନା ରହିଛି । ଫାଶୀ ପୂର୍ବରୁ ଘାତକ ଅଭ୍ୟାସମୂଳକ ଭାବେ ନକଲି ଫାଶୀ ଦେବେ । ୪ ଦୁଷ୍କର୍ମଚାରୀଙ୍କୁ ଏକ ସଙ୍ଗରେ ଫାଶୀ ଦେବା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ତିହାର ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ ଏନେଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ମାମଲାରେ ସମସ୍ତ ୪ଦୋଷୀଙ୍କ ନାମରେ ଡ଼େଥ୍ ୱାରେଣ୍ଟ ଆଜି ଜାରି ହୋଇଛି । ଏହି ଡ଼େଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିୟାଲା ହାଉସ କୋର୍ଟ । ଜାନୁଆରୀ ୨୨ ସକାଳ ୭ଟାରେ ୪ଜଣ ଦୋଶୀଙ୍କୁ ତିହାର ଜେଲରେ ଫାଶୀ ପାଇବେ ବୋଲି ସୂଚନା ମିଳିଛି । ରାଜକ୍ଷମା ବା ସୁପ୍ରିମକୋର୍ଟରେ ଆବେଦନ ପାଇଁ ୧୪ଦିନର ସମୟ ଦିଆଯାଇଛି ।

Get real time updates directly on you device, subscribe now.