ଅଫତାବଙ୍କ ଉପରେ ଲରେନ୍ସ ଗ୍ୟାଙ୍ଗର ନଜର, କେଉଁ ମୁହୂର୍ତ୍ତରେ କିଛି ବି ଘଟିପାରେ!

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ସଜା କାଟୁଥିବା ଅଫତାବ ପୁନାୱାଲାଙ୍କ ସୁରକ୍ଷାକୁ ନେଇ ସତର୍କ ହୋଇଛନ୍ତି ଜେଲ କର୍ତ୍ତୃପକ୍ଷ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଅଫତାବଙ୍କୁ କ୍ଷତି ପହଁଞ୍ଚାଇବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ କର୍ତ୍ତୃପକ୍ଷଙ୍କ ତରଫରୁ ଏ ପ୍ରକାର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି । ଶ୍ରଦ୍ଧା ୱାଲକର ହତ୍ୟା ଘଟଣାରେ ଅଫତାଙ୍କୁ ତିହାର ଜେଲରେ ରଖାଯାଇଛି । ଦିଲ୍ଲୀ ଛତରପୁର ଅଞ୍ଚଳରେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ଫୋପାଡ଼ି ଦେଇଥିବା ଅଭିଯୋଗ ଅଫତାବ ନାଁରେ ଅଛି । ୪ ନମ୍ବର ଜେଲରେ ଅଫତାବ ରହିଛନ୍ତି । ତେବେ ବିଷ୍ଣୋଇ ଗ୍ୟାଙ୍ଗର ସୁଟରଙ୍କ ଟାର୍ଗେଟରେ ଅଫତାବ ଥିବା ନେଇ ଏବେ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ହେଲେ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।