fbpx

ଅଷ୍ଟ୍ରେଲିୟା ଟେଷ୍ଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପେନ୍, ଅଶ୍ଳୀଳ ମେସେଜ୍ ପଠାଇବା ନେଇ ହୋଇଥିଲା ଅଭିଯୋଗ

ନୂଆଦିଲ୍ଲୀ: ଏସେଜ୍ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିୟା କ୍ରିକେଟ୍ ଟିମ୍ କୁ ଏକ ବଡ଼ ଝଟକା ଲାଗିଛି । ଟେଷ୍ଟି ଟିମ୍ ର କ୍ୟାପଟେନ୍ ଟିମ୍ ପେନ୍ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଅଷ୍ଟ୍ରେଲିୟା କ୍ରିକେଟ୍ ଦ୍ୱାରା ଜଣେ ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍ ଓ ଫଟୋ ପଠାଇବା ମାମଲାର ଯାଞ୍ଚ ମଧ୍ୟରେ ସେ ଅଧିନାୟକ ପଦ ଛାଡ଼ିଛନ୍ତି । ଟିମ୍ ପେନ୍ ପରେ ଉପଅଧିନାୟକ ପେଟ୍ କମିଂସ ଏସେଜ୍ ର କ୍ୟାପଟେନ୍ସିପ୍ କରିବେ ବୋଲି ଆଶା କରାଯାଉଛି ।

ତେବେ ଏହି ମାମଲା ୨୦୧୭ ମସିହାରେ ହୋଇଥିବା ବେଳେ ଏହାର କିଛି ମାସ ପରେ ପେନ୍ ଙ୍କୁ ସାତ ବର୍ଷ ପରେ ଟେଷ୍ଟ୍ ଟିମ୍ କୁ ଫେରିବାକୁ ସୁଯୋଗ ମିଳିଥିଲା । ସେ ସମୟରେ କ୍ରିକେଟ୍ ଅଷ୍ଟ୍ରେଲିୟା ଓ କ୍ରିକେଟ୍ ତାସମାନିୟା ର ଯାଞ୍ଚରେ ଟିମ୍ ପେନ୍ ଙ୍କୁ କ୍ଲିନ୍ ଚିଟ୍ ମିଳିଥିଲା । ତେବେ ଅଷ୍ଟ୍ରେଲିୟାକୁ କିଛି ଦିନ ପରେ ଚିର ପ୍ରତିଦ୍ୱନ୍ଦୀ ଇଂଲଣ୍ଡ ସହିତ ଏସେଜ୍ ସିଳରିଜ୍ ଖେଳିବାର ଅଛି । ପ୍ରଥମ ଟେଷ୍ଟ ଡିସେମ୍ବର ୮ତାରିଖରେ ବ୍ରିସବେନ୍ ରେ ଖେଳାଯିବ । ପେନ୍ ଅଧିନାୟକ ପଦ ଛାଡ଼ିଛନ୍ତି ସତ କିନ୍ତୁ ସେ ଟିମ୍ ର ଏକ ଅଂଶ ରହିବେ । ବୋର୍ଡ ପକ୍ଷରୁ ତାଙ୍କୁ ସ୍ୱୀକାର କରିଛି । ଆଗାମୀ ଟେଷ୍ଟ ପାଇଁ ଏବେ ଅଧିନାୟକ ଖୋଜାଯାଉଛି ।

ଇସ୍ତଫା ଦେବା କଥା ପେନ୍ ଏକ ପ୍ରେସ୍ କନଫରେନ୍ସରେ କହିଥିଲେ । ସେ କହିଥିଲେ ଯେ, “ମୁଁ ଭାବିଥିଲି ଏହି ମାମଲା ଶେଷ ହୋଇଗଲା । ଏବେ ମୁଁ ପୁରା ଫୋକସ୍ କ୍ରିକେଟ୍ ଉପରେ କରିବି । ହେଲେ ମୋତେ ଏବେ ହିଁ ଜାଣିବାକୁ ମିଳିଲା ଯେ, ବ୍ୟକ୍ତିଗତ ମେସେଜ୍ ଏବେ ସାର୍ବଜନୀକ ହୋଇଯାଇଛି । ୨୦୧୭ର ଘଟଣା ଅଷ୍ଟ୍ରେଲିୟା କ୍ରିକେଟ୍ କ୍ୟାପେଟେନ୍ ହେବା ପାଇଁ ଥିବା ଜରୁରୀ ମାନଦଣ୍ଡ ପ୍ରତି ଅନୁକୂଳ ନୁହେଁ । ତେଣୁ ମୁଁ ଅଧିନାୟକ ପଦରୁ ଇସ୍ତଫା ନେଉଛି । ଏବେ ପାଇଁ ଏହା ହିଁ ଠିକ୍ ରହିବ । ମୁଁ ଚାହୁଁନି ଏସେଜ୍ ସିରିଜ୍ ରେ କୌଣସି ସମସ୍ୟା ହେଉ” ।

୩୬ ବର୍ଷିୟ ଟିମ୍ ପେନ୍ ଅଧିନାୟକତ୍ୱ ଛାଡିବାର କାରଣ ହେଉଛି ସେକ୍ସ ସ୍କାଣ୍ଡାଲ୍ । ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ପେନ୍ ୨୦୧୭ ରେ କ୍ରିକେଟ୍ ଟାସମାନିଆର ଜଣେ କର୍ମଚାରୀଙ୍କ ନିକଟକୁ ନିଜର ଅଶ୍ଳୀଳ ଫଟୋ ପଠାଇଥିଲେ। ଏହା ସହିତ ସେ ଆପତ୍ତିଜନକ ମେସେଜ୍ ମଧ୍ୟ ପଠାଇଲେ । ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ ଟିମ୍ ପେନ୍ ଙ୍କୁ ଆଶେସ୍ ସିରିଜ୍ ପୂର୍ବରୁ ଅଧିନାୟକତ୍ୱ ଛାଡିବାକୁ ପଡିଲା । ତେବେ ରିପୋର୍ଟ ଅନୁସାରେ, ଜଣେ ମହିଳା କର୍ମଚାରୀ ୨୦୧୭ ମସିହାରେ ଦାବି କରିଥିଲେ ଯେ ଟିମ୍ ପେନ୍ ତାଙ୍କୁ ପାଖକୁ ଯୌନାଙ୍ଗର ଫଟୋ ପଠାଇଥିଲେ ଓ ଅଶ୍ଳୀଳ ମେସେଜ୍ କରିଥିଲେ । ସେ ସମୟରେ ଉକ୍ତ ମହିଳା କର୍ମଚାରୀ ଚାକିରୀ ଛାଡ଼ି ଦେଇଥିଲେ ।

 

 

Get real time updates directly on you device, subscribe now.