fbpx

ଏହି ଖରାପ ଅଭ୍ୟାସ ଯୋଗୁଁ କମିପାରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ: ପଛରେ କରିବେ ଅନୁତାପ

ଆପଣ ଜାଣନ୍ତି କି, କିଛି ଖରାପ ଅଭ୍ୟାସ ଆପଣଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ଖାସକରି ପୁରୁଷଙ୍କ କିଛି ଖରାପ ଅଭ୍ୟାସ ସ୍ପର୍ମ କାଉଣ୍ଟ ଉପରେ ଖରାପ ପ୍ରଭାବ ପକାଇପାରେ । ଅତ୍ୟଧିକ ଚାପ, ଭୁଲ ଖାଇବା ଏବଂ ଖରାପ ଜୀବନଶୈଳୀ ହେତୁ ଆପଣଙ୍କର ପ୍ରଜନନ କ୍ଷମତା ପ୍ରଭାବିତ ହୋଇପାରେ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ସେକ୍ସ ଡ୍ରାଇଭରେ କିଛି ସମସ୍ୟା ଥାଏ, ତେବେ ଏହା ପଛରେ କିଛି ଅଭ୍ୟାସ ଥାଇପାରେ । ତେବେ କେଉଁ ଅଭ୍ୟାସକୁ ଆପଣ ଆଜିଠାରୁ ହିଁ ଛାଡ଼ିଦେବା ଉଚିତ୍, ଆସନ୍ତୁ ଜାଣିବା…

ଟେନସନ୍ ନେବା :-
କ’ଣ ଆପଣ କଥା କଥାରେ ଟେନସନ୍ ହୋଇଯାଉଛନ୍ତି କି ? ତେବେ ସାବଧାନ୍ ହୋଇଯାଆନ୍ତୁ, କାରଣ ପୁରୁଷଙ୍କଠାରେ ଟେନସନ୍ ବା ଚିନ୍ତା କାରଣରୁ ସ୍ପର୍ମ କାଉଣ୍ଟ କମ୍ ହୋଇପାରେ । ପୁରୁଷଙ୍କଠାରେ ଚିନ୍ତା ଓ ଟେନସନ୍ କାରଣରୁ ସ୍ପର୍ମର ଗୁଣବତ୍ତା କମିଯାଏ । ଏଥିପାଇଁ ଆପଣ ଆଜିଠାରୁ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ଓ ଟେନସନରୁ ଦୂରେଇ ରୁହନ୍ତି ।

ବ୍ୟାୟାମ ନକରିବା :-
ବ୍ୟାୟାମ ନକରିବା ହେତୁ ଆପଣଙ୍କୁ ମୋଟାପଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସେହି ଏହା ସହ ମୋଟାପଣ ହେତୁ ଆପଣଙ୍କ ଶୁକ୍ରାଣୁର ଗତିଶୀଳତା ମନ୍ଥର ହୋଇଯାଏ । ଯାହା ଆପଣଙ୍କର ଯୌନ ଜୀବନ ଉପରେ ପ୍ରଭାବ ପକାଇଥାଏ । ସେଥିପାଇଁ ଆଜିଠାରୁ ଆପଣ ଗୋଟିଏ ସ୍ଥାନରେ ବସିବାର ଅଭ୍ୟାସ ଛାଡି ଦିଅନ୍ତୁ । ଏହା ସହ ପୁରୁଷମାନେ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ।

ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ :-
ବିଳମ୍ବିତ ରାତିରେ ଶୋଇବା ହେତୁ ଆପଣଙ୍କଠାରେ ଚାପ ଏବଂ ମୋଟାପଣ ସମସ୍ୟା ଦେଖାଦେଇଥାଏ , ଯେଉଁଥିପାଇଁ ସ୍ପର୍ମ କାଉଣ୍ଟ କମ୍ ହୋଇପାରେ । ଏହା ସହ ରାତିରେ ଉଠିବା ହେତୁ ଆପଣ ମାନସିକ ସ୍ତରରେ ବିବ୍ରତ ହୁଅନ୍ତି ଏବଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୁଏ । ତେଣୁ ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ ଆଜିଠାରୁ ପରିବର୍ତ୍ତନ କରନ୍ତୁ ।

ମଦ ପିଇବାର ଅଭ୍ୟାସ :-
ମଦ୍ୟପାନ, ତମାଖୁ ସେବନ ପୁରୁଷମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହାର କାରଣ ହେଉଛି ମଦ୍ୟପାନର ଅତ୍ୟଧିକ ସେବନ ଦ୍ୱାରା ଟେଷ୍ଟୋଷ୍ଟେରନ୍ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁଥିପାଇଁ ଏହା ଆପଣଙ୍କ ସ୍ପର୍ମ କାଉଣ୍ଟକୁ ମଧ୍ୟ ପ୍ରଭାବିତ କରିଥାଏ ।

Get real time updates directly on you device, subscribe now.