ପରୀକ୍ଷାର ଟେନସନ ଦୂର କରିବା ପାଇଁ ବୋର୍ଡ ଜାରି କଲା ଟିପ୍ପ, ପଢନ୍ତୁ କିପରି ରଖିବେ ଅଧିକ ନମ୍ବର
ବୋର୍ଡ ଛାତ୍ରମାନଙ୍କ ଚିନ୍ତା ଏବଂ ସମସ୍ୟାରୁ ବର୍ତ୍ତିବା ଲାଗି ଟିପ୍ସ ଜାରି କରିଛି। ବୋର୍ଡ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କ ପାଇଁ ମଧ୍ୟ ଅନେକ ଟିପ୍ସ ଜାରି କରିଛି।
ନୂଆଦିଲ୍ଲୀ: ଆଗକୁ ଆସୁଛି ବୋର୍ଡ ପରୀକ୍ଷା। ପିଲାମାନେ ଏଥିପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି। ବର୍ତ୍ତମାନ ପିଲାମାନେ ପରୀକ୍ଷାରେ ପାସ୍ ହେବା ଅପେକ୍ଷା ଅଧିକ ନମ୍ବର ଆଣିବାକୁ ଚିନ୍ତାରେ ଅଛନ୍ତି।
ତେବେ ଅଭିଭାବକଙ୍କ ପାଇଁ ବୋର୍ଡ କତ୍ତୃପକ୍ଷ କିଛି ଟିପ୍ସ ଜାରି କରିଛନ୍ତି। ଏହା ଛାତ୍ରମାନଙ୍କୁ ଅଧିକ ନମ୍ବର ରଖିବାରେ ସାହାଯ୍ୟ କରିବ।
ଅଭିଭାବକଙ୍କ ପାଇଁ ଟିପ୍ସ:
-ଅଭିଭାବକ ନିଜ ପିଲାମାନଙ୍କୁ ଆତ୍ମବିଶ୍ୱାସ ଦେବା ନିହାତି ଆବଶ୍ୟକ। ଖାସକରି ଯେତେବେଳେ ତାଙ୍କ ନମ୍ବର ହ୍ରାସ ପାଉଛି।
-ଚିନ୍ତାକୁ ଦୂର କରିବା ଲାଗି ବାପା-ମାଆ ମଜା ମସ୍ତି ଆପଣାଇବା ଆବଶ୍ୟକ। ଏହା ଚିନ୍ତା ଏବଂ ସମସ୍ୟାକୁ ଦୂର କରିଥାଏ।
-ମାଆ-ବାପାଙ୍କୁ ନିଜ ପିଲାଙ୍କ ବିଶ୍ୱାସକୁ ଜିତିବା ପାଇଁ ଚେଷ୍ଟା କରିବାକୁ ପଡିବ। ଏଥିପାଇଁ ସେମାନଙ୍କ ସମସ୍ୟା ବିଷୟରେ କଥା ହୁଅନ୍ତୁ ଏବଂ ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ।
ଛାତ୍ରମାନଙ୍କ ପାଇଁ ଜରୁରୀ କଥା:
-ଯେଉଁ ସମୟରେ ଛାତ୍ର-ଛାତ୍ରୀମାନେ ପାଠକୁ ଭଲଭାବେ ମନେରଖି ପାରୁଛନ୍ତି, ସେମାନଙ୍କୁ ସେହି ସମୟରେ ପାଠ ପଢିବା ଆବଶ୍ୟକ। ପାଠପଢା ସମୟରେ ଛୋଟ ବିରତୀ ବି ନେବା ଆବଶ୍ୟକ। କାରଣ ଏହା ମୁଣ୍ଡକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ।
-କଷ୍ଟ ବିଷୟକୁ ଗ୍ରୁପରେ ପଢିବା ନିହାତି ଆବଶ୍ୟକ। ଏହା କରିବା ଦ୍ୱାରା ଅନ୍ୟ ଜଣଙ୍କଠାରୁ ସାହାଯ୍ୟ ମିଳିଥାଏ ଏବଂ ବିଷୟକୁ ଭଲଭାବେ ବୁଝିବାରେ ସାହାଯ୍ୟ ମିଳିଥାଏ।