fbpx

TMC ବିଧାୟକ ଗିରଫ: ବିରୋଧୀ ଏକଜୁଟ୍ ହେଲେ ହାରିବ BJP, ଗର୍ଜିଲେ ଦିଦି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଆସନ୍ତା ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ବିରୋଧୀଙ୍କ ଉପରେ ଜାଣିଶୁଣି ଆକ୍ରମଣାତ୍ମକ ମନୋଭାବ ପ୍ରତିପୋଷଣ କରୁଥିବା ବିରୋଧୀମାନେ ଅଭିଯୋଗ କରୁଛନ୍ତି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି ।

ସୂଚନା ମୁତାବକ, ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲାରେ ଆଜି ସିବିଆଇ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ଜିବାନ କୃଷ୍ଣ ସାହାଙ୍କୁ ଗିରଫ କରିନେଇଛି । ଏହି ଘୋଟାଲାରେ ଏବେ ୩ ଜଣ ବିଧାୟକ ଗିରଫ ହୋଇସାରିଲେଣି । ମୁର୍ଶିଦାବାଦ ଜିଲ୍ଲାରୁ ଜିବାନଙ୍କୁ ଗିରଫ କରାଯାଇଥିଲା । ଗତ ୧୪ ତାରିଖ ଦିନ ସିବିଆଇ ଜିବାନଙ୍କୁ ୬୦ ଘଣ୍ଟା ଧରି ପଚରାଉଚରା କରିବା ପରେ ଗିରଫ କରିଥିଲା । ଗିରଫଦାରୀ ପୂର୍ବରୁ ବିଧାୟକଙ୍କ ଘର ତଲାସୀ ନିଆଯାଇଥିଲା । ଶିକ୍ଷକ ଭର୍ତ୍ତି ଘୋଟାଲାରେ ଏହା ସବୁଠାରୁ ଅଧିକ ସମୟର ଜେରା ଥିଲା ।

ତେବେ ଦଳର ବିଧାୟକଙ୍କୁ ଗିରଫ କରାଯିବା ପରେ ଗର୍ଜନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ । ସେ କହିଛନ୍ତ, ବିଜେପି ଟିଏମସିର ବିଧାୟକଙ୍କ ବିରୋଧରେ ଜାଣିଶୁଣି ଷଡ଼ଯନ୍ତ୍ର କରୁଛି । ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ଫସାଉଛି । ରାଜ୍ୟରେ ବିଧାୟକଙ୍କୁ କିଣିବାକୁ ବିଜେପି ପ୍ରୟାସ କରୁଛି । ମାତ୍ର ଏହି ଯୋଜନା ସଫଳ ହେବ ନାହିଁ । ଆମ ପାଖରେ ଯଥେଷ୍ଟ ବିଧାୟକ ରହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ନିର୍ବାଚନ ପୂର୍ବରୁ ବିରୋଧୀମାନେ ଏକଜୁଟ୍ ହେଲେ ଆସନ୍ତା ସଂସଦୀୟ ନିର୍ବାଚନରେ ବିଜେପି କ୍ଷମତାକୁ ଫେରିବ ନାହିଁ ।

Get real time updates directly on you device, subscribe now.