fbpx

ଭିନ୍ନ-ଭିନ୍ନ ମନସ୍କାମନା ପୂରଣ ପାଇଁ ନବମୀରେ କରନ୍ତୁ ଏପରି ହୋମ, ମାଆ ଦୁର୍ଗା ଦୂର କରିବେ ସବୁ ସମସ୍ୟା

ଓଡ଼ିଶା ଭାସ୍କର: ଆଜି ମାଆ ଦୁର୍ଗାଙ୍କ ନବମୀ ତିଥି। ଏହି ଦିନ ହୋମର ଏକ ବିଶେଷ ମହତ୍ତ୍ୱ ରହିଛି। ନବମୀ ତିଥି ମହାନବମୀ ନାମରେ ପରିଚିତ। ଆଜି ମାଆଙ୍କର ଅଲୌକିକ ଶକ୍ତି ପାଇବା ପାଇଁ ହୋମ କରାଯାଇଥାଏ। ଆଜି କୁଆଁରୀ ଝିଅମାନଙ୍କର କନ୍ୟା ଭୋଜନ ମଧ୍ୟ କରାଯାଇଥାଏ। ହୋମ କରିବା ଦ୍ୱାରା ଘର ବିଶୁଦ୍ଧ ହେବା ସହ ସମସ୍ତଙ୍କ ଜୀବନ ସରଳ ହୋଇଯାଇଥାଏ। ଏଥିସହ ଘରର ବାସ୍ତୁ ଭଲ ହେବା ସହ ସମସ୍ତଙ୍କୁ ଶକ୍ତି ମିଳିଥାଏ।

ଆଜିର ନବମୀ ତିଥିରେ ରାଶି, ଯଅ, ଗୋଗୁଳ ଆଦିରେ ହୋମ କରିବା ଶୁଭ ବୋଲି କୁହାଯାଇଥାଏ। ହୋମ ପାଇଁ ଜିନିଷ କିଣିବା ପୂର୍ବରୁ ଏହା ଜାଣିରଖିବା ନିହାତି ଆବଶ୍ୟକ ଯେ, ଯଅ ତୁଳନାରେ ରାଶି ଦ୍ୱିଗୁଣା ହେବା ଆବଶ୍ୟକ ଏବଂ ଅନ୍ୟ ସୁଗନ୍ଧିତ ସାମଗ୍ରୀ ଯଅ ମାତ୍ରାରେ ରହିବା ଦରକାର। ଆସନ୍ତୁ ଜାଣିବା କେଉଁ ମନସ୍କାମନା ପାଇଁ କେଉଁ ହୋମ କରିବେ।

-ଯଦି ଆପଣ ସୁଖ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପଦ୍ମଫୁଲ ମଞ୍ଜିରେ ହୋମ କରିବା ଆବଶ୍ୟକ। ଏହା କରିବା ଦ୍ୱାରା ଘରକୁ ସୁଖ-ଶାନ୍ତି ଫେରିଆସିଥାଏ।
-ଶତ୍ରୂମାନଙ୍କଠାରୁମୁକ୍ତି ପାଇଁ ଧଳା ଶୋରିଷରେ ହୋମ କରିବା ଆବଶ୍ୟକ।
-ଯଦି ଆପଣ କୌଣସି ପ୍ରୋଜେକ୍ଟରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜି ଆପଣଙ୍କୁ ରାଶିରେ ଆହୁତି ଦେଇ ହୋମ କରିବା ଆବଶ୍ୟକ।
-ଯଦି ଆପଣ ଅନ୍ୟ ମନରେ ନିଜର ପ୍ରେମ ଭାବନାକୁ ଜାଗ୍ରତ କରିବାକୁ ଚାହୁଁଛନ୍ତି ତେବେ ଆଜି ଆପଣଙ୍କୁ ଘିଅ ସହ ମହୁ ମିଶାଇ ହୋମ କରିବା ଆବଶ୍ୟକ।
-ପାଠ ପଢା ପାଇଁ ହୋମରେ ଆଜି କ୍ଷୀର, ଚାଉଳ ସହ କ୍ଷୀରି ପ୍ରସ୍ତୁତ କରି ହୋମରେ ଦେବା ଆବଶ୍ୟକ।
-କୌଣସି ମାମଲାରେ ନିଜର ବିଜୟ ହାସଲ ପାଇଁ ହୋମରେ ନଡିଆ ଦିଅନ୍ତୁ।
-ସ୍ୱସ୍ଥ୍ୟ ପାଇଁ ଧାନର ଆହୁତି ଦେବାକୁ ପଡିବ।
-ସୁରକ୍ଷିତ ପାଇଁ ଯଅ ସହ ଗୋଗୁଳ ମିଶାଇ ହୋମ କରିବାକୁ ପଡିବ।
-କୌଣସି କାର୍ଯ୍ୟରେ ବିଜୟ ହାସଲ ପାଇଁ ଲହୁଣି ଏବଂ ମିଶ୍ରି ପକାଇ ହୋମ କରନ୍ତୁ।

Get real time updates directly on you device, subscribe now.