fbpx

ଆଜି କେନ୍ଦ୍ର ବଜେଟ୍‌, ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisement

ନୂଆଦିଲ୍ଲୀ, : ମଙ୍ଗଳବାର ସଂସଦରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥର ବଜେଟ୍‌ରୁ ମଧ୍ୟବିତ୍ତମାନେ ବେଶ୍‌ କିଛି ଆଶା ରଖିଛନ୍ତି । କାରଣ କରୋନା ସଂକ୍ରମଣ ପାଇଁ ମଧ୍ୟବିତ୍ତଙ୍କ ରୋଜଗାରରେ ହ୍ରାସ ଘଟିଛି । ତେଣୁ ସରକାର ଏଥର ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ କରି ସ୍ୱଳ୍ପ ଆୟକାରୀଙ୍କୁ ଆଶ୍ୱସ୍ତି ଦେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଆୟକର ଛାଡ଼ସୀମା ୨.୫ ଲକ୍ଷରୁ ୫ ଲକ୍ଷ କରାଯିବାର ମଧ୍ୟ ଆଶା ରହିଛି । ସେହିପରି ସାରା ଦେଶରେ ୟୁନିଭରସାଲ ପେନ୍‌ସନ୍‌ ସ୍କିମ୍‌ ଲାଗୁ ହୋଇପାରେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା କମିଟି ସୁପାରିସ କରିଛି । ସେହିପରି ୱାର୍କ ଫ୍ରମ୍‌ ହୋମ୍‌ ଆଲାଉନ୍ସ ଟିକସରେ ରିହାତି ଆଶା କରାଯାଉଛି ।

Get real time updates directly on you device, subscribe now.