fbpx

ଆଜି ୫୦୦ ଟଙ୍କା ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟ ଆହୁରି କମ୍ ହୋଇଯାଇଛି । ଆଜି ସପ୍ତାହର ଚତୁର୍ଥ ଦିନ ଗୁରୁବାରରେ ସୁନା ଦର ପୁଣି ହ୍ରାସ ପାଇଛି । ଆଜି ସୁନାରେ ରେଟ୍ ୫୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା ମୂଲ୍ୟରେ ୬୦୦ ହ୍ରାସ ପାଇଛି ।

ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ୱେବସାଇଟ ଅନୁଯାୟୀ ଆଜି ସୁନା ଦର ଦଶ ଗ୍ରାମ ପିଛା ୫୭,୯୨୫ ଟଙ୍କାରେ ଖୋଲିଛି । ଗତ କାରବାର ଦିବସରେ ଏହା ୧୦ ଗ୍ରାମ ପିଛା ୮,୪୫୪ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା । ଏହ ସହିତ ଆଜି ସୁନା ଦର ୧୦ ଗ୍ରାମ ପିଛା ୫୨୯ ହ୍ରାସ ସହିତ ଖୋଲିଛି ।

ସୁନା ବର୍ତ୍ତମାନ ଅଲଟାଇମ୍ ହାଇରୁ ୧୦ ଗ୍ରାମ ପିଛା ପ୍ରାୟ ୩,୬୬୦ ଟଙ୍କା ଶସ୍ତାରେ ବିକ୍ରି ହେଉଛି । ୧୧ ମେ ୨୦୨୩ ସୁନା ନିଜର ସର୍ବକାଳୀନ ହାଇ ରେକର୍ଡ ସୃଷ୍ଟି କରିଥିଲା । ସେତେବେଳେ ସୁନା ୧୦ ଗ୍ରାମ ପିଛା ୬୧,୫୮୫ ଟଙ୍କାକୁ ଯାଇଥିଲା ।

ଅନ୍ୟପଟେ ଆଜି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୭୦,୩୦୦ ଟଙ୍କାରେ ଖୋଲିଛି । ଗତ ବାଣିଜ୍ୟ ଦିବସରେ ରୂପା କିଲୋଗ୍ରାମ ପିଛା ୭୦,୯୩୦ ହାରରେ ବନ୍ଦ ହୋଇଥିଲା । ଏହିପରି ଭାବରେ ରୁପା ଆଜି କିଲୋଗ୍ରାମ ପିଛା ୬୩୦ ଟଠଙ୍କା ହ୍ରାସ ପାଇଛି ।

ଆଜି ମୁମ୍ବାଇ ସହରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୪,୬୪୦ ଟଙ୍କା ଥିବା ବେଳେ ଗୁରୁଗ୍ରାମରେ ୪,୬୪୦ ଟଙ୍କା, କୋଲକାତାରେ ୫୪,୪୯୦ ଟଙ୍କା, ଲଖନଉରେ ୫୪,୬୪୦ ଟଙ୍କା, ବେଙ୍ଗାଲୁରୁରେ ୫୪,୪୯୦ ଟଙ୍କା, ଜୟପୁରରେ ୫୪,୬୪୦ ଟଙ୍କା, ପାଟନାରେ ୫୪,୫୪୦ ଟଙ୍କା, ଭୁବନେଶ୍ୱରରେ ୫୪,୪୦ ଟଙ୍କା, ହାଇଦ୍ରାବାଦରେ ୫୪,୪୯୦ ଟଙ୍କା ରହିଛି ।

ଯଦି ଆପଣ ମଧ୍ୟ ବଜାରରେ ସୁନା କିଣିବାକୁ ଯାଉଛନ୍ତି, ତେବେ ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା କିଣନ୍ତୁ । ସୁନାର ଶୁଦ୍ଧତା ଯାଞ୍ଚ କରିବା ପାଇଁ ଆପଣ ସରକାରୀ ଆପ୍ ମଧ୍ୟ ବ୍ୟବହାର କରିପାରିବେ । ‘ବିଏସ୍ କେୟାର ଆପ୍’ ମାଧ୍ୟମରେ ଆପଣ ପ୍ରକୃତ କିମ୍ବା ନକଲି ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏହା ବ୍ୟତୀତ ଆପଣ ଏହି ଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.