fbpx
BJD SKY
BJD SKY

ଆଜି ଶ୍ରୀନହରକୁ ରାଜପ୍ରସାଦ ବିଜେ ,ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯିବ

BJD

ପୁରୀ (ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି । ଜ୍ୱରରେ ପିଡୀତ ବିଗ୍ରହମାନଙ୍କୁ ଏକାଦଶୀ ତଥିରେ ଦଶମୂଳ ମୋଦକ ଲାଗି ହୋଇଛି । ଦଶ ମୂଳ ଔଷଧ ଲାଗି ହେବା ପରେ ହେବା ପରେ ଶ୍ରୀବିଗ୍ରହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଜି ରାଜବୈଦ୍ୟ ମହାପ୍ରଭୁଙ୍କର ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବେ ଖଳି ଲାଗି ଏକାଦଶୀ ତିଥି ଅବସରରେ ବିଗ୍ରହ ମାନଙ୍କୁ ଖଳି ଲାଗି ହୋଇଛି।

ସେପଟେ ଶେଷ ପର୍ଯ୍ୟୟରେ ତିନି ରଥ ନିର୍ମାଣ କାର୍ଯ୍ୟ । ସୋମବାର ଦିନ ପଟାଗୁଜରେ ନରବରାଳ ଖୋଦେଇ ନେଇ ରଥଖଳାରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତି  ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି । ଦଶମୀରେ ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ । ଏକାଦଶୀ ତିଥିରେ ଖଳିଲାଗି ନୀତି  ହେବା ସହ ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଛି । ଚାରିଦିନ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେ ଧିରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଦୀର୍ଘ ୯ ଦିନ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଉଥିବା ଶ୍ରୀଜୀଉ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି

ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯାଇଛ । ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।ଗତାକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା । ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । ତେବେ ଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି ହୋଇଥାଏ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଛନ୍ତି । ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯିବାର ବିଧି ରହିଛି ।

ମହାପ୍ରଭୁ ବାରଲାଗି ଖଣ୍ଡୁଆପାଟ ପରିଧାନ କରିବେ । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଅଣସର ୧୨ଦିନ ଧରି ଜ୍ୱର ଯୋଗୁଁ ଘଣ୍ଟ ବାଜିବା ବନ୍ଦ ରହିଥିଲା । ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି । ମଙ୍ଗଳବାର ଅଣସର ଦ୍ୱାଦଶୀରେ ଶ୍ରୀନହରକୁ ରାଜପ୍ରସାଦ ବିଜେ କରିବ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ ।

ଅନ୍ୟ ପକ୍ଷରେ ରଥଖଳାରେ ଉପୁଜିଲା ବିବାଦୀୟ ପରିସ୍ଥିତି । ରୂପକାର ସେବାୟତ ପଟାଗୁଜରେ ନରବିରାଳ ଖୋଦେଇ କରିଥିବାରୁ ଏହାକୁ ବିରୋଧ କରିଥିଲେ ଜନୈକ ମହାରଣା ସେବକ । ରୂପକାର ସେବାୟତ ସ୍ପଷ୍ଟୀକରଣ ଦେଇ କହିଛନ୍ତି ପଟାଗୁଜରେ ରଥସଂହିତା ଓ ପରମ୍ପରା ମୁତାବକ ନରବିରାଳ ଖୋଦେଇ କରାଯାଏ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରଥରେ ହଂସପଟା ବୁଲି କଳସ ଓ ଓଲଟ ଶୁଆ ଲାଗିଛି । ରୂପକାର ପ୍ରଭାରେ କୀର୍ତିମୁଖ ଓ ଉଭୟପାର୍ଶ୍ୱରେ ମଗରମୁଣ୍ଡ କରିବା ପରେ ପ୍ରଭା ରଙ୍ଗ ହୋଇସାରିଲାଣି । ତିନିରଥରେ ଅଶ୍ୱ ସଂଯୋଗ ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି । ରଥଉପରେ ବିଶ୍ୱକର୍ମା ମହାରଣା ପଟା ବାଡେଇ ସିଂହାସନ ସଂସ୍ଥାପନ କରିଥିଲେ । ଦରଜିସେବକଙ୍କ ଦ୍ୱାରା ଦୁଆରବେଢା ପାଇଁ କନା କଣ୍ଟି ପରେ ଲେସ ଲଗାଇଛନ୍ତି।

Get real time updates directly on you device, subscribe now.