fbpx

ଆଜି ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ SKMର ପ୍ରମୁଖ ପ୍ରେମ ସିଂହ ତମାଙ୍ଗ୍, ସେ ୩୨ରୁ ୩୧ଟି ଆସନରେ ବିଜୟୀ ହୋଇଛନ୍ତି

Advertisement

ନୂଆଦିଲ୍ଲୀ: ଆଜି ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(SKM)ର ପ୍ରମୁଖ ପ୍ରେମ ସିଂହ ତମାଙ୍ଗ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରେମ ସିଂହଙ୍କ ସମେତ ୧୨ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ଗ୍ୟାଙ୍ଗ୍ଟକର ପଲଜୋର ଷ୍ଟାଡିୟମରେ ଅପରାହ୍ନ ୪ଟାରୁ ଶପଥ ଗ୍ରହଣ ସମାରୋହ ଆରମ୍ଭ ହେବ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ରାଜ୍ୟ ମୁଖ୍ୟ ସଚିବ ବିବି ପାଠକ ସୂଚନା ଦେଇଛନ୍ତି ।

ନିକଟରେ ସିକ୍କିମର ବିଧାନସଭା ନିର୍ବାଚନରେ SKM ୩୨ରୁ ୩୧ଟି ଅସନରେ ବିଜୟ ହାସଲ କରିଥିଲା । ତମାଙ୍ଗଙ୍କୁ ମୋଟ୍ ୧୦ ହଜାର ୯୪ ଭୋଟ୍ ମିଳିଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୋମନାଥ ପୌଡୟାଲଙ୍କୁ ୭ ହଜାର ୪୪ ଭୋଟରେ ପରାସ୍ତ କରିଛନ୍ତି । ସୋମନାଥଙ୍କୁ ମୋଟ୍ ୩, ୦୫୦ ଭୋଟ୍ ମିଳିଥିଲା । ତେବେ ସୁରକ୍ଷା ବ୍ୟବସ୍ଥାର ଅଂଶ ବିଶେଷ ଭାବେ ଗ୍ୟାଙ୍ଗ୍ଟକ୍ ନଗର ନିଗମ ସୀମା ଅଧୀନସ୍ଥ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.