fbpx

ଆଜି ଟେଡି: ପାର୍ଟନରଙ୍କୁ ଉପହାର ଦେବାକୁ ହୋଇଯାଆନ୍ତୁ ରେଡି

ଟେଡି ଡେ ଫେବୃଆରୀ ମାସ ୧୦ ତାରିଖରେ ପାଳନ କରାଯାଏ । ଏହି ଦିବସରେ ପ୍ରେମିକ ପ୍ରେମିକାମାନେ ଟେଡି ଉପହାର ଦେଇ ସାଥୀଙ୍କୁ ନିଜର ଭାବନା ପରିପ୍ରକାଶ କରିଥାନ୍ତି ।

ବଜାରରେ ବିଭିନ୍ନ ରଙ୍ଗ ଓ ଆକୃତିର ଟେଡି ମିଳିଥାଏ । ଯଦି ଆପଣ ପିଙ୍କ ରଙ୍ଗର ଟେଡି ସାଥୀଙ୍କ ଠାରୁ ଗ୍ରହଣ କରନ୍ତି, ଏହାର ଅର୍ଥ ସେ ଆପଣଙ୍କୁ ପସନ୍ଦ କରନ୍ତି । ଲାଲ ହେଉଛି କରୁଣା, ଉତ୍ସାହ, ଇଚ୍ଛା ଓ ପ୍ରେମର ରଙ୍ଗ । ଏହି ରଙ୍ଗ ଦୁଇଜଣଙ୍କ ମଧ୍ୟରେ ଥିବା ଭାବପ୍ରବଣତାକୁ ଦର୍ଶାଇଥାଏ । ଅରେଞ୍ଜ କଲର ଟେଡି ଗ୍ରହଣ କରିବା ଅର୍ଥ ଆପଣ ସାଥୀଙ୍କର ପ୍ରସ୍ତାବ ନିକଟରେ ଗ୍ରହଣ କରିବେ । ଧଳା ରଙ୍ଗର ଟେଡି ଅର୍ଥ ଆପଣ ଜଣଙ୍କ ହୃଦୟରେ ଆଗରୁ ରହି ସାରିଛନ୍ତି । ଯଦି ଆପଣଙ୍କ ସାଥୀ ଆପଣଙ୍କୁ ବ୍ରାଉନ କଲର ଟେଡି ଦିଅନ୍ତି, ତେବେ ଆପଣଙ୍କ ତାଙ୍କର ହୃଦୟ ଭାଙ୍ଗି ଦେଇଛନ୍ତି । ବ୍ଲୁ କଲର ଟେଡି ପ୍ରେମର ଗଭୀରତାର ପ୍ରତୀକ ଅଟେ । ତେଣୁ ଆଉ ଡେରି କରନ୍ତୁନି, ମନର ମଣିଷଙ୍କୁ ଟେଡି ଉପହାର ଦେବା ପାଇଁ ଆଜି ରେଡି ହୋଇଯାଆନ୍ତୁ ।

Get real time updates directly on you device, subscribe now.