ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଗଲେ ଦେବାକୁ ପଡିବନି ଏଣ୍ଟ୍ରି ଚାର୍ଜ

ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ । ଆଜି ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କକୁ ଛାଡ଼ କରାଯାଇଛି..

ପୁରୀ: ଓଡ଼ିଶାରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମେଳନ । ଏଥିପାଇଁ ଦେଶ ବିଦେଶରୁ ଅନେକ ସଂଖ୍ୟାରେ ପ୍ରବାସୀ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏହି କାରଣ ପାଇଁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଏହାରି ମଧ୍ୟରେ କୋଣାର୍କ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଗଲେ ଦେବାକୁ ପଡିବନି ଏଣ୍ଟ୍ରି ଚାର୍ଜ ବା ପ୍ରବେଶ ଶୁଳ୍କ ।

ଆଜି ଶାମ୍ବ ଦଶମୀ, ସୂର୍ଯ୍ୟ ପୂଜା ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ । ଏଥିପାଇଁ ଆଜି ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କକୁ ଛାଡ଼ କରାଯାଇଛି । ଏନେଇ ଏଏସ୍‌ଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆଜିପରେ ଆସନ୍ତାକାଲି ଠାରୁ ପୂର୍ବଭଳି ଏଣ୍ଟ୍ରି ଚାର୍ଜ ଦେଇ ସୂର୍ଯ୍ୟମନ୍ଦିରକୁ ପ୍ରବେଶ କରିବେ ପର୍ଯ୍ୟଟକ ।