fbpx

ଆଜି ପଶ୍ଚିମବଙ୍ଗ ବନ୍ଦ… ପୋଲିସର ଲାଠିଚାର୍ଜକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା ବିଜେପି

କୋଲକାତା: କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ଦେଶରେ ବିରୋଧର ମୁଖ୍ୟ କାରଣ ପାଲଟିଛି । ଏହି ବିରୋଧକୁ ବିଭିନ୍ନ ମହଲରୁ ସମର୍ଥନ ମଧ୍ୟ ମିଳୁଛି । ତେବେ ଗତକାଲି ନବନ୍ନା ମାର୍ଚ୍ଚ ସମୟରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜକୁ ବିରୋଧ କରିଛି ବିଜେପି । ଏହି ପଦକ୍ଷେପକୁ ବିରୋଧ କରି ଆଜି ବିଜେପି ତାରଫରୀୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦରେ ସାମିଲ ନ ହେବା ପାଇଁ ଅପିଲ୍ କରିଛନ୍ତି ପଶ୍ଚିମବଙ୍ଗ ସରକାର । ତେଣୁ ସରକାରୀ କର୍ମଚାରୀମାନଙ୍କୁ ଅଫିସ ଆସିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.