ଲଗାତାର ଚତୁର୍ଥ ଦିନ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ

କମିଗଲା ସୁନା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନାଦର ଗୁରୁବାରରେ ଲଗାତାର ଚତୁର୍ଥ ଦିନ ହ୍ରାସ ଘଟିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୩୪୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୪୭୦ ଟଙ୍କାରେ ବିକ୍ରି ହେଉଛି।

ରୂପା ଦର: ମୁମ୍ବାଇରେ ରୂପା ଦରରେ ୧୦୦ ଟଙ୍କା ହ୍ରାସ ଘଟିଛି। ଏମସିଏସକରେ ସୁନା ୧୦ ଗ୍ରାମ ପିଛା ୯୪ ହଜାର ୬୭୩ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୪୯୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ୨୪ କ୍ୟାରେଟ୍ ସୁନା ଦର ୯୭ ହଜାର ୬୨୯ ଟଙ୍କା ରହିଛି। ସେହିପରି ଅହମଦାବାଦରେ ୨୨ କ୍ୟାରେଟ୍ ସୁନା ଦର ୮୯ ହଜାର ୩୯୦ ଟଙ୍କା ରହିଛି।

ଭୁବନେଶ୍ୱରରେ ସୁନା ଦର: ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ଥିଲା।

ଏଥିରେ ଆଜି ୪୦୦ ଟଙ୍କା କମିଛି। ଯେଉଁଥିରେ ମୂଲ୍ୟ ପରିବର୍ତ୍ତନ ହୋଇ ସୁନା ଦର ୮୮ ହଜାର ୯୫୦ ଟଙ୍କାରେ ବିକ୍ରି ହେଉଛି।

୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୪୦ ଟଙ୍କା ହ୍ରାସ ପାଇଛି। ଆଜି ଏହି ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୦୪୦ ଟଙ୍କାରେ ବିକ୍ରି ହେଉଛି।