fbpx

Today’s gold rate : ଜନ୍ମାଷ୍ଟମୀରେ କିଣନ୍ତୁ ସୁନା, ଜାଣିନିଅନ୍ତୁ କେତେ କେତେ ରହିଛି ଆପଣଙ୍କ ସହରରେ ଦାମ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ତେଣୁ ଏହି ଦିନରେ ଭଗବାନ କୃଷ୍ଣଙ୍କୁ ପୂଜା କରାଯାଏ । କୁହାଯାଉଛି ଏହି ପବିତ୍ର ଦିନରେ ସୁନା କିଣିବା ଅତ୍ୟନ୍ତ ଶୁଭ ଅଟେ । ତେବେ ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନାର ମୂଲ୍ୟ । ରେକର୍ଡ ଅନୁଯାୟୀ, ଆଜି ଭାରତୀୟ ବଜାରରେ ସୁନାର ମୂଲ୍ୟ କେତେକ ସ୍ଥାନରେ ବଢିଥିବା ବେଳେ କିଛି ସହରରେ କମିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ଦର ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୧୬୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନାର ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେବେ ବର୍ତ୍ତମାନ ରାଜଧାନୀରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୧୫୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଟଙ୍କା ୬୦,୧୬୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୧୫୦ ଟଙ୍କା ଓ ୬୦,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୩୦୦ଟଙ୍କା ଓ ୬୦,୩୧୦ ଟଙ୍କା ରହିଛି ।

ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୫, ୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୪୯୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୧୫୦ ଟଙ୍କା ଓ ୬୦,୧୬୦ ଟଙ୍କା ରହିଛି । ସେହିପରି ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୫,୨୦୦ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Get real time updates directly on you device, subscribe now.