ହୁତ୍ହୁତ୍ ହୋଇ ବଢୁଛି ସୁନା ଦର, ଭୁବନେଶ୍ୱରରେ ପାରି କଲା ୯୦ ହଜାର
ପ୍ରତିଦିନ ବଢୁଛି ସୁନା ମୂଲ୍ୟ, ଆଜି ଭୁବନେଶ୍ୱରରେ ରହିଛି ଏତିକି ଟଙ୍କା
ଭୁବନେଶ୍ୱର: ସୁନା ଦର ଲଗାତାର ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୨୪ କ୍ୟାରେଟ ସୁନା ଦର ରାଜ୍ୟ ରାଜଧାନୀରେ ୯୦ ହଜାର ଟଙ୍କା ପାରି କରିଛନ୍ତି । ଗତକାଲି ୪୪୦ ଟଙ୍କା ବଢି ୨୪ କ୍ୟାରେଟ ଗୋଲ୍ଡ ମୂଲ୍ୟ ୧୦ ଗ୍ରାମ ପିଛା ୯୦ ହଜାର ଛୁଇଁଥିଲା ।
ଆଜି ସେଥିରେ ୪୪୦ ଟଙ୍କା ବଢି ଗ୍ରାମ ପିଛା ୯୦ ହଜାର ୪୪୦ ଟଙ୍କାରେ ପହଞ୍ଚିଛି । ଏହି ୨୪ କ୍ୟାରେଟ୍ ଗୋଲ୍ଡ ମୂଲ୍ୟ ୧ ଗ୍ରାମ ପିଛା ୯ ହଜାର ୪୪ ଟଙ୍କା ରହିଛି । ଯଦି ଆମେ ୨୨ କ୍ୟାରେଟ କଥା ଆଲୋଚନା କରିବା ତେବେ ଏଥିରେ ମଧ୍ୟ ୧୦ ଗ୍ରାମ ପିଛା ସୁନା ଦର ୪୦୦ ଟଙ୍କା ବଢିଛି ।
ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୨ ହଜାର ୯୦୦ ଟଙ୍କା ରହିଛି । ଏହାର ମୂଲ୍ୟ ଗତକାଲି ୮୨ ହଜାର ୫୦୦ ଟଙ୍କା ଥିଲା । ସେହିପରି ଏହାର ୧ ଗ୍ରାମ ପିଛା ୮ ହଜାର ୨୯୦ ଟଙ୍କା ରହିଛି ।
୧୮ କ୍ୟାରେଟ ସୁନା ମୂଲ୍ୟ ଗତକାଲି ୧୦ ଗ୍ରାମ ପିଛା ୬୭ ହଜାର ୫୦୦ ଟଙ୍କା ଥିଲା । ଏହି ମୂଲ୍ୟ ଆଜି ୬୭ ହଜାର ୮୩୦ ଟଙ୍କା ରହିଛି । ଯଦି ଆମେ ୧୮ କ୍ୟାରେଟର ୧ ଗ୍ରାମ ପିଛା ସୁନା ଦର ଦେଖିବା ତେବେ ଏହାର ମୂଲ୍ୟ ୬ ହଜାର ୭୮୩ ଟଙ୍କା ରହିଛି ।
ରୂପା: ଆଜି ରୂପା ଦର କିଲୋଗ୍ରାମ ପିଛା ୧ ଲକ୍ଷ ୧୪ ହଜାରରେ ଟ୍ରେଣ୍ଡ କରୁଛି । ଆଜି ଏହି ଦରରେ ୧୧୪ ଟଙ୍କା ବୃଦ୍ଧି ପାଇଛି । ତେବେ ସୁନା ଏବଂ ରୂପା ଦର ବର୍ତ୍ତମାନ ଦେଶ ସହ ରାଜ୍ୟରେ ମଧ୍ୟ ହୁତ୍ହୁତ୍ ହୋଇ ବଢିବାରେ ଲାଗିଛି । ଏଥିପାଇଁ ଲୋକେ କହୁଛନ୍ତି, ସୁନାରେ କରେଣ୍ଟ ଲାଗିଛି ।