ସବୁଠୁ ଟପିଗଲା ଭୁବନେଶ୍ୱରର ତାପମାତ୍ରା, ସାଢେ ୨ଟା ସୁଦ୍ଧା ୩୯.୪ ଡିଗ୍ରୀ

ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସିଛି ଯେ, ଆଜି ଭୁବନେଶ୍ୱରର ତାପମାତ୍ରା ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଆଜି ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର।

ସୂଚନା ମୁତାବକ, ଆଜି ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୪ ଡିଗ୍ରୀ। ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ୩୯ ଡିଗ୍ରୀ ରହିଛି। ବାଲେଶ୍ୱର ଓ ହୀରାକୁଦ ୩୮.୪ ଡିଗ୍ରୀ। ଚାନ୍ଦବାଲି ୩୮, ରାଉରକେଲା ୩୭.୨ ଡିଗ୍ରୀ ରହିଛି।