fbpx

ପାଇଖାନାର ସେଣ୍ଟ୍ରିଂ ଖୋଲିବା ଯିବା ହେଲା କାଳ, ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ପ୍ରାଣହରାଇଲେ ୩ ଜଣ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ବ୍ରହ୍ମପୁର ସ୍ଥିତ ବିକ୍ରମପୁରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ପାଇଖାନାର ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିକ୍ରମପୁର ଗାଁର ପି. ସଦାନନ୍ଦ ଏକ ନୂଆ ଘର ନିର୍ମାଣ କରିଛନ୍ତି । ସେହି ଘରର ପାଇଖାନା ନିର୍ମାଣ ହୋଇଥିଲା । ଗୁରୁବାର ସନ୍ଧ୍ୟା ବେଳେ ରାଜମିସ୍ତ୍ରୀ ପାଇଖାନା ଫଲ୍ସ ଖୋଲିବାକୁ ଭିତରକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ଆସିନଥିଲେ । ପରେ ପି.ସଦାନନ୍ଦଙ୍କ ଦୁଇ ପଡୋଶୀ ପାଇଖାନା ଭିତରକୁ ଯାଇଥିଲା । ମାତ୍ର ସେମାନେ ମଧ୍ୟ ବାହାରକୁ ଆସିନଥିଲେ । ପରେ ଗାଁ ଲୋକେ ୩ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇଖାନା ଭିତରୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ରାତି ପ୍ରାୟ ସାଢ଼େ ୭ଟା ବେଳେ ମେଡିକାଲ୍‌ କର୍ତ୍ତୃକ୍ଷ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.