fbpx

ଆଜିଠୁ ଟୋକିଓ ପାରାଅଲିମ୍ପିକ୍ସ -୨୦୨୦ : ଭାରତର ଲକ୍ଷ୍ୟ ସର୍ବାଧିକ ପଦକ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍):  ଆଜିଠୁ ନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ସ-୨୦୨୦ । ସମ୍ରାଟ ନାରୁହିଟୋ କ୍ରୀଡ଼ାକୁ ଉଦ୍‌ଘାଟନି କାର୍ଯ୍ୟକ୍ରମ ରହିଛି । ବିଶ୍ୱର ୧୬୩ଟି ଦେଶରୁ ମୋଟ୍‌ ୪୫୩୭ ଜଣ କ୍ରୀଡ଼ାବିତ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ମୋଟ୍‌ ୨୨ଟି କ୍ରୀଡ଼ାରେ ୫୩୯ଟି ଇଭେଣ୍ଟ ଆୟୋଜିତ ହେବ

ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଗ୍ରୀଷ୍ମକାଳୀନ ପାରାଲିମ୍ପିକ୍ସରେ ଭାରତର ୫୪ ଜଣିଆ ଆଥ୍‌ଲେଟ୍‌ ଦଳ ଅଂଶ ଗ୍ରହଣ କରୁଛନ୍ତି । ତେଣୁ ବିଗତ ଦିନର ଅନ୍ୟ ସମସ୍ତ ପାରାଅଲିମ୍ପିକ୍ସ ଅପେକ୍ଷା ଏଥର ଅଧିକ ପଦକ ପାଇବ ବୋଲି ଲକ୍ଷ୍ୟ ରଖିଛି । ତେବେ ପାରା ଅଲିମ୍ପିକ୍ସ ଇତିହାସରେ ଭାରତ ଆଜି ପର୍ଯ୍ୟନ୍ତ ୪ ସ୍ୱର୍ଣ୍ଣ ସହିତ ହାସଲ କରି ମୋଟ ୧୨ ପଦକ । ଏଥିରେ ରହିଛି ୪ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ।

ସୂଚନା ଯୋଗ୍ୟ ଯେ ୧୮୯୬ରେ ପ୍ରଥମ ଆଧୁନିକ ଅଲିମ୍ପିକ୍‌ କ୍ରୀଡା ଗ୍ରୀସର ଏଥେନ୍ସ ନଗରୀରେ ଟୋକିଓ ପାରା ଅଲିମ୍ପିକ୍ସ : ଭାରତର ଲକ୍ଷ୍ୟ ସର୍ବାଧିକ ପଦକ ଆରମ୍ଭ ହୋଇଥିବା ବେଳେ ଦିବ୍ୟାଙ୍ଗ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ୧୯୬୮ରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ପାରା ଅଲିମ୍ପିକ୍‌ କ୍ରୀଡା । ତେବେ ଭାରତ ୧୯୭୨ ହିଦେଳବର୍ଗ ପାରା ଅଲିମ୍ପିକ୍ସରୁ ଆରମ୍ଭ କରିଥିଲା ଅଭିଯାନ । ଏହି ପାରା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିଲେ ମୁରଲୀକାନ୍ତ ପେଟକର । ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ମୁରଲୀକାନ୍ତ ଜଣେ ବକ୍ସର ଥିଲେ । ମାତ୍ର ୧୯୬୫ ଭାରତ -ପାକିସ୍ତାନ ଯୁଦ୍ଧରେ ଗୋଟିଏ ହାତ ହରାଇବା ପରେ ଦିବ୍ୟାଙ୍ଗ ପାଲଟି ଯାଇଥିଲେ । ତେଣୁ ୧୯୭୨ ପାରା ଅଲିମ୍ପିକ୍ସରେ ସେ ଜଣେ ସନ୍ତରଣକାରୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ଜିତିଥିଲେ ସ୍ୱର୍ଣ୍ଣ ପଦକ । ଏହି ଦୂରତ୍ୱକୁ ୩୭.୩୩ ସେକେଣ୍ଡରେ ଅତିକ୍ରମ କରି ସେ ପ୍ରତିଷ୍ଠା କରିଥିଲେ ବିଶ୍ୱ ରେକର୍ଡ ।

ପାରା ଅଲିମ୍ପିକ୍ସରେ ଏହା ଥିଲା ଭାରତର ପ୍ରଥମ ପଦକ ଓ ସ୍ୱର୍ଣ୍ଣ ପଦକ ହାସଲ ରେକର୍ଡ । ୧୯୮୪ରେ ଆମେରିକାର ନ୍ୟୁୟର୍କ ଓ ଇଂଲଣ୍ଡର ଷ୍ଟୋକମାନ୍ଦେଭିଲେ ଠାରେ ମିଳିତ ଭାବେ ଅନୁଷ୍ଠିତ ହୋଇଥିଲା ପାରା ଅଲିମ୍ପିକ୍ସ । ଏଥିରେ ଭାରତର ଯୋଗିନ୍ଦର ସିଂ ବେଦି ଗୋଟିଏ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଏକ କାଳୀନତିନି ଇଭେଣ୍ଟରେ ଭାଗ ନେଇଥିବା ବେଳେ ସଟ୍‌ପୁଟରେ ରୌପ୍ୟ ଓ ଡିସକସ୍‌ ଥ୍ରୋ ଏବଂ ଜାଭେଲିନ ଥ୍ରୋରେ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ । ଏହା ସହିତ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍‌ ଭାବେ ସେ ସର୍ବାଧିକ ପଦକ ହାସଲ କରିବା ରେକର୍ଡ ପ୍ରତିଷ୍ଟା କରିଛନ୍ତି । ସେହିରି ଏହି ଅଲିମ୍ପିକ୍ସରେ ଅନ୍ୟତମ ଭାରତୀୟ ଅଲିମ୍ପିଆନ ଭୀମରାଓ କେସରକର ମଧ୍ୟ ପୁରୁଷ ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ । ଏହି ଇଭେଣ୍ଟରେ ଭାରତର ଯୋଗିନ୍ଦର ସିଂ ମଧ୍ୟ ଜାଭେଲିନ ଥ୍ରୋରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଥିଲେ । ଏହା ପରେ ଭାରତ ଦୀର୍ଘ ୨୦ ବର୍ଷ ଅପେକ୍ଷା ପରେ ପୁଣି ଜିତିଥିଲା ପଦକ ।

ଭାରତର ଦେବେନ୍ଦ୍ର ଝାଝାରିଆ ୨୦୦୪ ଏଥେନ୍ସ ପାରା ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ୬୨.୧୫ ମିଟର ଥ୍ରୋ କରି ସ୍ୱର୍ଣ ପସକ ସହିତ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ । ରାଜସ୍ଥାନର ଚୁରୁ ଜିଲ୍ଲାରେ ଜନ୍ମିତ ଝାଝାରିଆ ପିଲା ଦିନେ ଗୋଟିଏ ଗଛ ଉପରେ ଚଢ଼ିଥିବା ବେଳେ ସେହି ରାସ୍ତା ଦେଇ ଯାଇଥିବା ବିଦ୍ୟୁତ କେବଲ ସଂସ୍ପର୍ଶରେ ଆସିବା ଫଳରେ ତାଙ୍କର ଗୋଟିଏ ହାତ ନଷ୍ଟ ହୋଇ ଯାଇଥିଲା । ତେବେ କ୍ରୀଡା ପ୍ରତି ଥିବା ମୋହ ଛାଡି ପାରି ନ ଥିଲେ । ସେହିରି ଅନ୍ୟତମ ଭାରତୀୟ ପାରା ଆଥଲେଟ୍‌ ରାଜିନ୍ଦର ସିଂ ରାହେଲୁ ୨୦୦୪ ଏଥେନ୍ସ ପାରା ଅଲିମ୍ପିକ୍ସର ୫୬ କେଜି ପୁରୁଷ ପାୱାର ଲିଫ୍ଟିଂରେ ମୋଟ ୧୫୭.୫ କେଜତ ଉତ୍ତୋଳନ କରି ବ୍ରୋଞ୍ଜ ପଦକ ପାଇଥିଲେ ।

ଲଣ୍ଡନରେ ଅନୁଷ୍ଠିତ ୨୦୧୨ ପାରା ଅଲିମ୍ପିକ୍ସରେ ଗିରିଶା ନାଗରାଜେଗୋୱଡା ପୁରୁଷ ହାଇଜମ୍ପରେ ରୌପ୍ୟ ପଦକ ଜିତିଥିବା ବେଳେ ଭାରତ ପାଇଁ ଏହି ଇଭେଣ୍ଟରେ ଏହା ଥିଲା ପ୍ରଥମ ପଦକ । ବ୍ରାଜିଳର ରିଓଡି ଜାନେରିଓରେ ଅନୁଷ୍ଠିତ ୨୦୧୬ ପାରା ଅଲିମ୍ପିକ୍ସରେ ଝାଝାରିଆ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ସହିତ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ମେରିୟାପାନା ଥାଙ୍ଗାଭେଲୁ ହାଇଜମ୍ପରେ ମଧ୍ୟ ସ୍ୱର୍ଣ୍ଣ ,ମହିଳା ଆଥଲେଟ ଦୀପା ମଲିକ ସଟପୁଟରେ ରୌପ୍ୟ ଓ ବରୁଣ ଭାଟି ହାଇଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.