fbpx

ହଟ୍‌ ଆଣ୍ଡ୍‌ କୋଲ୍ଡ ହୋଟେଲରେ ଗଣ୍ଡଗୋଳ: ମାଲିକ ଓ କର୍ମଚାରୀ ମାଡ଼ ମାରିଲେ, ଫୁଲକୁଣ୍ଡ ଓ ଚେୟାରକୁ ଭାଙ୍ଗି ଚୁରମାର କରିଦେଲେ ୬ ଯୁବକ

ସାଲେପୁର (ଭାସ୍କର ନ୍ୟୁଜ୍‌): କୌଣସି କାରଣରୁ  ଏକ ହୋଟେଲ ମଧ୍ୟରେ ଗଣ୍ଡଗୋଳ ହୋଇ ହୋଟେଲ ମାଲିକ ଓ କର୍ମଚାରୀ ଆହତ ହୋଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସାଲେପୁର ୟୁକୋ ବ୍ୟାଙ୍କ୍‌ ପାଖରେ ଥିବା ହଟ୍‌ ଆଣ୍ଡ୍‌ କୋଲ୍ଡ ହୋଟେଲ ଉପରେ ୬ଜଣ ଯୁବକ ଆକ୍ରମଣ କରିବା ସହ ହୋଟେଲର ମାଲିକ ଓ କର୍ମଚାରୀଙ୍କୁ ମାରଧର କରିବା ସହ ହୋଟେଲରେ ଥିବା ଫୁଲକୁଣ୍ଡ ଓ ବହୁ ଚେୟାରକୁ ଭାଙ୍ଗି ଚୁରମାର କରିଦେଇଛନ୍ତି ।  ରାତି ୮.୩୪ମି. ସମୟରେ ଏହି ହୋଟେଲର ମାଲିକ ସତ୍ୟରଞ୍ଜନ ମହାପାତ୍ର ଓ ତାଙ୍କର କର୍ମଚାରୀ ବିଶ୍ୱଜିତ୍‌ ରାଉତ ସେଠାରେ ଥିବା ସମୟରେ ପ୍ରାୟ ୬ଜଣ ଯୁବକ ହଠାତ୍‌ ହୋଟେଲ ଭିତରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହୋଟେଲ ଆଗରେ ଥିବା ଫୁଲକୁଣ୍ଡକୁ ଗୋଇଠା ମାରିଭାଙ୍ଗିଦେଇଥିଲେ ।

ସେହିପରି ହୋଟେଲରେ ଥିବା ଗ୍ରାହକମାନଙ୍କର ବସିବା ପାଇଁ ଚେୟାର ଗୁଡିକୁ ଟେକି ଫୋପାଡିବା ସହ ଚେୟାର ଫୋପାଡି ସତ୍ୟରଞ୍ଜନ ଓ ତାଙ୍କ କର୍ମଚାରୀ ବିଶ୍ୱଜିତ୍‌ ରାଉତଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହି ସମୟରେ ହୋହଲ୍ଲା ହେବାରୁ ପି.ସି.ଆର. ଭ୍ୟାନ୍‌ ସେହିବାଟେ ଯାଉଥିବାବେଳେ ହଠାତ୍‌ ଅଟକି ଯିବାରୁ ଦୁର୍ବୃତ୍ତମାନେ ଦୌଡ଼ି ପଳାଇଯାଉଥିବାବେଳେ କିଛି ଲୋକ ଅମିତ୍‌ ସ୍ୱାଇଁଙ୍କୁ ମାଡ଼ିବସି ପୋଲିସ ଜିମା ଦେଇଥିଲେ । ଏହି ଘଟଣାପରେ ହୋଟେଲ ପକ୍ଷରୁ ସାଲେପୁର ଥାନାରେ ଲିଖିତ ଏତଲା ଦିଆଯିବାପରେ ସାଲେପୁର ଆଇ.ଆଇ.ସି. ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏହି ଘଟଣାରେ ଅନ୍ୟମାନଙ୍କୁ ଗିରଫ କରାଯାଇନାହିଁ । ସାଲେପୁରରେ ଏଭଳି ଘଟଣା ନେଇ ବ୍ୟବସାୟୀମାନେ ଭୟଭୀତ ହୋଇଯାଇଥିବାବେଳେ ସାଲେପୁର ଆଇ.ଆଇ.ସି. ମୃଣ୍ମୟ କୁମାର ସେନାପତିଙ୍କୁ ପଚାରିବାରେ ଏ ସଂପର୍କରେ ସାଲେପୁର ଥାନାରେ ୧୯୩/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତ ।

Get real time updates directly on you device, subscribe now.