fbpx

ଟମାଟୋ ମାସ୍କ ଚେହେରାକୁ କରିଦେବ ଉଜ୍ଜ୍ୱଳ, ଯାହାକି ମହଙ୍ଗା କ୍ରିମ ବି କରିପାରିବ ନାହିଁ

ଆଜିକାଲି ସମସ୍ତେ ନିଜ ଚେହେରାର ସୁନ୍ଦରତା ବଢାଇବାକୁ ଚାହାଁନ୍ତି ଓ ଅଧିକ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଏହି ମାମଲାରେ ଝିଅମାନେ ସବୁବେଳେ ଆଗରେ ରହିଥାନ୍ତି ଓ ନିଜ ଚେହେରାକୁ ସୁନ୍ଦର କରିବାକୁ ସେମାନେ ମେକଅପ୍ ସହ ମହଙ୍ଗା ପ୍ରଡକ୍ଟ ଓ କ୍ରିମ୍ ବ୍ୟବହାର କରିଥାନ୍ତି । କିନ୍ତୁ ଏହା କେବଳ କିଛି ଦିନ ପର୍ଯ୍ୟନ୍ତ ହିଁ ରହିଥାଏ । ହେଲେ ଆପଣ ଚାହିଁଲେ ଘରୋଇ ଉପାୟରେ ଚେହେରାକୁ ଅଧିକ ଉଜ୍ଜ୍ୱଳ କରିପାରିବେ । ଘରୋଇ ଉପାୟରେ ଆପଣ ଚେହେରା ପାଇଁ ଟମାଟୋ ବ୍ୟବହାର କରିପାରିବେ ।

କାରଣ ଟମାଟୋ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା କେବଳ ଆମ ଚର୍ମକୁ ଚମକାଇଥାଏ, ତାହା ନୁହେଁ ଅନେକ ଫାଇଦା ମଧ୍ୟ ଦେଇଥାଏ । ଟମାଟୋ ପେଷ୍ଟ କ୍ରିମ୍ ତିଆରି କରିବା ପାଇଁ ପ୍ରଥମେ ଟମାଟୋକୁ କଞ୍ଚା କ୍ଷୀର ସହ ମିଶ୍ରଣ କରନ୍ତୁ । ଆପଣ ଏହି ମିଶ୍ରଣରୁ ପ୍ରସ୍ତୁତ ପେଷ୍ଟକୁ ତୁଳା ସାହାର୍ଯ୍ୟରେ ମୁହଁ ଏବଂ ବେକରେ ଲଗାଇ ପାରିବେ ।

ତା’ପରେ ଅଧା ଟମାଟୋ ଏବଂ ଚିନି ମିଶାଇ ମୁହଁରେ ହାଲୁକା ଭାବେ ମାଲିସ୍ କରନ୍ତୁ ଏବଂ ୧୫ ମିନିଟ୍  ପରେ ମୁହଁକୁ ଟାୱେଲରେ ଘୋଡାଇ ଦିଅନ୍ତୁ ଏବଂ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ବାଷ୍ପ ନିଅନ୍ତୁୁ । ଏପରି କରିବା ଦ୍ୱାରା ଆପଣ ଆପଣଙ୍କ ଚେହେରାରେ ଏକ ସୁନ୍ଦର ଆଲୋକ ପାଇପାରିବେ ।

Get real time updates directly on you device, subscribe now.