ସୋମବାର ଦିନ ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଏହି ସମୟରେ ଜଗାକୁ ଦେଖିପାରିବେନି ଶ୍ରଦ୍ଧାଳୁ
୨୧ ଅପ୍ରେଲରେ ୫ ଘଣ୍ଟା ଜଗା ଦର୍ଶନ ରହିବ ବନ୍ଦ
ପୁରୀ: ଆସନ୍ତାକାଲି ଅର୍ଥାତ ସୋମବାର ଦିନ ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ଅପରାହ୍ଣ ୫ଟାରୁ ତାରି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, କୃଷ୍ନ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ। ଏଥିସହ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୪ ଦିନ ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ରହିବ।