fbpx

ଆସନ୍ତାକାଲି ୫ଟି ସ୍ଲୁଇସ୍‍ ଗେଟ୍‍ ଦେଇ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‍ରୁ ଆସନ୍ତାକାଲି ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ୫ଟା ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ଛଡ଼ାଯିବ । ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହି ବାବଦରେ ଜନସାଧାରଣ ସତର୍କ ରହିବା ଲାଗି ମହାନଦୀ ଦେଇ ଯାଇଥିବା ଜିଲ୍ଲାଗୁଡ଼ିକୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି ।

ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‍ ଦେଇ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯିବ । ଏହାପରେ ନଦୀବନ୍ଧର ଉପର ଓ ତଳ ମୁଣ୍ଡରେ ବର୍ଷାର ପରିମାଣକୁ ତର୍ଜମା କରାଯାଇ ୫ଟି ଗେଟ୍‍ ଖୋଲାଯିବା ନେଇ ହୀରାକୁଦ ଡ୍ୟାମ୍‍ର କର୍ତ୍ତୃପକ୍ଷ କହିଛନ୍ତି । ବାମପଟର ସ୍ପିନ୍‍ରୁ ତିନୋଟି ଗେଟ୍‍ ଏବଂ ଦକ୍ଷିଣପଟ ସ୍ପିନ୍‍ର ଦୁଇଟି ଖୋଲାଯିବ ।

ମଧ୍ୟାହ୍ନ ୧୨ଟା ସୁଦ୍ଧା ଡ୍ୟାମର ଜଳପତ୍ତନ କ୍ଷମତା ୬୧୪ ଦଶମିକ ୨/୫ ଫୁଟ୍‍ ଥିଲା । ଡ୍ୟାମ ମଧ୍ୟକୁ ୬୮ ହଜାର ୪୧୭ କ୍ୟୁସେକ୍‍ ଜଳ ପ୍ରବାହିତ ହେଉଥିବାବେଳେ ୩୬ ହଜାର ୩୧୭ କ୍ୟୁସେକ୍‍ ଜଳ ଛଡ଼ାଯାଉଛି । ସୂଚନାଯୋଗ୍ୟ, ୧୯୮୦ ମସିହାରେ ହୀରାକୁଦ ଡ୍ୟାମ୍‍ରୁ ସର୍ବାଧିକ ୮୫ଟି ଗେଟ୍‍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।

Get real time updates directly on you device, subscribe now.