fbpx

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଚାରି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନେକ ନୀତି ରହିଛି। ଏଥି ମଧ୍ୟରୁ ବନକଲାଗି ନୀତି ଅନ୍ୟତମ। ବନକଲାଗି ନୀତି ସମୟରେ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରଖାଯାଇ ବିଧି ବିଧାନ ସହ ଏହି ନୀତି ପାଳନ କରାଯାଇଥାଏ। ତେବେ ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ବୁଧବାର ଦିନ ଭାଦ୍ରବ କୃଷ୍ଣ ପକ୍ଷ ତିଥି। ଏହି ଅବସରରେ ତିନି ଠାକୁରଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ ବା ବନକଲାଗି ନୀତି ପାଳନ ହେବ। ତେବେ ଏହି ନୀତି ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅନୁଷ୍ଠିତ ହେବ। ସେଥିପାଇଁ ଅପରାହ୍ଣ ଘ.୫.୦୦ ଟିକା ଠାରୁ ରାତ୍ର ଠ.୯.୦୦ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହିବ।

Get real time updates directly on you device, subscribe now.