fbpx

ଆମାଜନ୍ ପ୍ରାଇମରେ ୨୦୨୧ର ସର୍ବାଧିକ ଥର ଦେଖାଯାଇଥିବା ଫିଲ୍ମ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କଲା ‘ତୁଫାନ୍’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ଭିଡିଓ ନିଜର ଡାଟା ଜାରି କରିଛନ୍ତି । ଏଥିରେ କମ୍ପାନୀ ପକ୍ଷରୁ ଚଳିତ ବର୍ଷର ଲଞ୍ଚ ସପ୍ତାହ ଭିତରେ ସବୁଠାରୁ ଅଧିକ ଥର ଷ୍ଟ୍ରିମିଂ ହୋଇଥିବା ଭିଡିଓ ସବୁର ଖୁଲାସା କରିଛି । ଅଭିନେତା ଫରହାନ୍ ଅଖତର୍ ଙ୍କ ଫିଲ୍ମ ତୁଫାନ୍ ବିଶ୍ୱ ସ୍ତରରେ ରିଲିଜ୍ ହେବାର ପ୍ରଥମ ସପ୍ତାହରେ ସବୁଠାରୁ ଅଧିକ ଥର ଦେଖାଯାଇଥିବା ଭିଡିଓ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି ।

ଓଟିଟି ପ୍ଲାଟଫର୍ମ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ରାକେଶ ଓମପ୍ରକାଶ ମେହେରାଙ୍କ ଦ୍ୱାରା ନିର୍ଦ୍ଦେଶିତ କରାଯାଇଥିବା ଏହି ଫିଲ୍ମକୁ ପ୍ରାଇମ୍ ଭିଡିଓ ଇଣ୍ଡିଆରେ ନିଜର ପ୍ରଥମ ସପ୍ତାହରେ ଅନ୍ୟ ଫିଲ୍ମ ତୁଳନାରେ ସବୁଠାରୁ ଅଧିକ ଥର ଦେଖାଯାଇଛି । ଫିଲ୍ମଟିକୁ ଭାରତରେ ୩ ହଜାର ୯୦୦ ସହରରେ ଦେଖାଯାଇଛି । ଏଥିସହିତ ବିଶ୍ୱରେ ୧୬୦ ଦେଶରୁ ଅଧିକ ଦେଶରେ ଏହାକୁ ଦେଖାଯାଇଛି ।

Get real time updates directly on you device, subscribe now.