fbpx

କ୍ରିକେଟ ଜଗତରୁ ନେଇଗଲେ ସନ୍ୟାସ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଜଗତର ବେଶ ଜଣାଶୁଣା ଫିନିସର ଓ ଅଲରାଉଣ୍ଡର ହେଉଛନ୍ତି ୩୯ ବର୍ଷୀୟ କେଦାର ଯାଦବ । ସେ ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବରେ ସନ୍ୟାସ ନେଇଛନ୍ତି । ଏନେଇ କେଦାର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ।

କେଦାର ଯାଦବ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଚମକ୍ରାର ପଦର୍ଶନ କରିଛନ୍ତି । ସେ ୭୩ଟି ଦିନିକିଆ ଏବଂ ୯ଟି ଟି-୨୦ମ୍ୟାଚ୍ ଖେଳିଛନ୍ତି । ୨୦୧୪ ମସିହାରେ କେଦାର ଆନ୍ତର୍ଜାତୀୟ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବା ପାଇଁ ସୁଯୋଗ ପାଇଥିଲେ । ୨୦୨୦ରେ କେଦାର ଯାଦବ ତାଙ୍କର ଶେଷ ମ୍ୟାଚ୍ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିଥିଲେ । କେଦାର ଯାଦବ ଦିନିକିଆ ମ୍ୟାଚରେ ୬ ଗୋଟି ଅର୍ଦ୍ଧଶତକ ଏବଂ ୨ଟି ଶତକ କରି ରେକର୍ଡ କରିଥିଲେ । ଅବସର ଘୋଷଣା ନେଇ କେଦାର ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋର ସମ୍ପୂର୍ଣ୍ଣ କ୍ୟାରିୟର ଯାତ୍ରାରେ ଭଲପାଇବା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଅପରାହ୍ନ ୩ଟାରୁ ମୋତେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ବିବେଚିତ କରାଯାଉ ।’

 

Get real time updates directly on you device, subscribe now.