fbpx

ଜାଣନ୍ତୁ କେଶ ଝଡା ରୋକିବା ପାଇଁ ୩ଟିରାମବାଣ

ବର୍ତ୍ତମାନ ଋତୁ ଚକ୍ର ପରିବର୍ତ୍ତନ ହେଉଥିବା ସମୟରେ ଆମକୁ ଆମ ଶରୀର ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ତେବେ ଆପଣ ଙ୍କୁ ଏହା ପ୍ରତି ଧ୍ୟାନ ଦେବାକୁ ପଢିବ ନଚେତ ଆପଣଙ୍କୁ ବହୁତ କିଛି ହରାଇବାକୁ ପଡିବ । ତେବେ ନାରୀ ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ କେଶର ଭୂମିକା ଅନେକ । କେଶ ଯେତେ ସୁନ୍ଦର ଆଉ ଘନ ଦିଶେ ଏହା ଦ୍ୱାରା ଆପଣ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସମୟରେ ଏଭଳି କେଉଁ ଖାଦ୍ୟ ଖାଇବା ଯାହା ଦ୍ୱାରା ଆପଣଙ୍କର କେଶ ଝଡିବା କମିବା ସହି ଆପଣଙ୍କ କେଶ ଆହୁରି ଘନ ଏବଂ ଗହବା ଦେଖା ଯିବ ।

ପ୍ରଥମ ହେଲା ମେଥି ଦାନା: ମେଥିରେ ପ୍ରଚୁର ପରିମାଣର ପ୍ରୋଟନ ଥାଏ । ଏଥିପାଇଁ ଡାଇବେଟିସ ରୋଗୀଙ୍କୁ ମେଥି ଗୁଣ୍ଡ ଖାଇବାକୁ କୁହାଯାଏ । ତେଣୁ ଏହା କେଶ ପାଇଁ ମଧ୍ୟ ଲାଭପ୍ରଦ । ଏହାକୁ ନଢ଼ିଆ ତେଲରେ ପକାଇ ରଖନ୍ତୁ ଏବଂ ପ୍ରତି ଦିନ ଏହି ତେଲ କୁ ବ୍ୟବହାର କରନ୍ତୁ । ଦେଖିବେ ଏହା ଦ୍ୱାରା ଆପଣଙ୍କ କେଶ ପୂରା କଳା ଏବଂ ଘନ ହେବାର ଲାଗିବ ।

ଆଲିଭ(ମିରିକାଳୀ) ମଞ୍ଜି: ଏଥିରେ ବହୁ ପରିମାଣର ପ୍ରୋଟିନ ଥାଏ । ତେଣୁ ଡାକ୍ତରମାନେ ସୁସ୍ଥ ଜୀବନ ଯାପନ ପାଇଁ ଏହାକୁ ବ୍ୟବହାର କରିବାକୁ କହିଥାଆନ୍ତି । ତେଣୁ ଏହାକୁ ଖାଦ୍ୟରେ ବ୍ୟବହାର କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣ ଏହାକୁ ରାତିରେ କ୍ଷୀର ସହିତ ବତୁରାଇ ରଖିଦିଅନ୍ତୁ ତହିଁ ଆର ଦିନ ଏହାକୁ ନଢ଼ିଆ ଏବଂ ଘିଅ ଦେଇ ଭଲ ଭାବେ ଲଢ଼ୁ ପ୍ରସ୍ତୁତ କରନ୍ତୁ ।ଏହାକୁ ଖାଇଲା ମାତେ ଆପଣ ନିଜକୁ ଫୂର୍ତ୍ତି ଅନୁଭବ କରି ପାରିବେ ।

ନଟମେଗ: ଏହାର ଛୋଟ ଖଣ୍ଡଟିଏ ଆପଣ କ୍ଷୀର ସହିତ ପିଇ ପାରିବେ । ଏହା ଆପଣଙ୍କ ଶରୀରରେ ଭିଟାମିନ ଭରିବାରେ ସାହାର୍ଯ୍ୟ କରିବ । ଯାହା ଆପଣଙ୍କ କେଶ ପାଇଁ ବହୁତ ମାତ୍ରାରେ ଆବଶ୍ୟକ । ତେଣୁ ଆପଣ ଏହାକୁ ବ୍ୟବହାର କରି ପାରିବେ । ଏବଂ ଏହାର ଲାଭ ଉଠାଇ ପାରିବେ ।

Get real time updates directly on you device, subscribe now.