fbpx

୩ ଆଇଟି କମ୍ପାନୀ ଦେବେ ୧ ଲକ୍ଷ ଚାକିରି; ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: କରୋନା କାରଣରୁ ସମଗ୍ର ଦେଶରେ ଲକ୍ଷାଧିକ ଚାକିରି ଯାଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ନୂତନ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି ୩ ଆଇଟି କମ୍ପାନୀ । ୩ ଭାରତୀୟ ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ ଓ ୱିପ୍ରୋ ଆର୍ଥିକ ବର୍ଷ ୨୦୨୨ରେ ୧ ଲକ୍ଷ ନୂତନ ନିଯୁକ୍ତି ଦେବା ନେଇ ଘୋଷଣା କରିଛନ୍ତି । କମ୍ପାନୀ ଗୁଡିକ ବିଲିୟନ୍ ଡଲାର ନିବେଶ ହାସଲ କରୁଥିବା ବେଳେ ଏଥିପାଇଁ ନୂତନ ନିଯୁକ୍ତି ମିଳୁଛି ।

ଏହି ତିନି କମ୍ପାନୀ ୨୦୨୧ର ପ୍ରଥମ କ୍ୱାର୍ଟରରେ ୪୦ ହଜାର ୮୮୭ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି । ଗତବର୍ଷ ତୁଳନାରେ ଏହା ୯ହଜାର ୮୮ ଅଧିକ ରହିଛି । ଏହି ୩ କମ୍ପାନୀଙ୍କ ମଧ୍ୟରୁ ଟିସିଏସ୍ ସର୍ବାଧିକ ୪୦ ହଜାର ନୂତନ ନିଯୁକ୍ତି ପ୍ରଦାନ କରିବାକୁ ଯାଉଛି । ଏହା ବ୍ୟତିତ ଇନଫୋସିସ୍ ୩୫ ହଜାର ଏବଂ ୱିପ୍ରୋ ୩୦ ହଜାର ନୂତନ ନିଯୁକ୍ତି ପ୍ରଦାନ କରିବ । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଭାରତୀୟ କମ୍ପାନୀ ଭାବରେ ୨୦୯୮୯୦ ଜଣଙ୍କୁ ନିଯୁକ୍ତି ଦେଇଛି ୱିପ୍ରୋ ।

Get real time updates directly on you device, subscribe now.