fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୪୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୪୯ ହଜାର ୬୮୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୪୯ ଲକ୍ଷ ୮୪ ହଜାର ୯୬୮କୁ ବୃଦ୍ଧି ପାଇଛି । ମୋଟ ୯ କୋଟି ୬ ଲକ୍ଷ ୯୩ ହଜାର ୫୫୨ ଜଣ ସୁସ୍ଥ ହୋଇଛନ୍ତି । ୨ କୋଟି ୧୭ ଲକ୍ଷ ୪୧ ହଜାର ୩୯୮ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୯୦ ହଜାର ୧୮୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୬ ହଜାର ୨୨୬ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Get real time updates directly on you device, subscribe now.