fbpx

ଏଣିକି ହର୍ଣ୍ଣ ବଜାଇଲେ କଟିବ ଚାଲାଣ! କାର, ବାଇକ୍, ସ୍କୁଟି ଚାଳକ ସାବଧାନ୍

ନୂଆଦିଲ୍ଲୀ: ମୋଟର ଯାନରେ ଯାତ୍ରା କରୁଥିବା ବେଳେ ଟ୍ରାଫିକ୍ ନିୟମ ପାଳିବା ନିହାତି ଆବଶ୍ୟକ । ଏହା ଫଳରେ ଏକ ସୁରକ୍ଷିତ ଟ୍ରାଫିକ୍ ପରିବେଶ ସୃଷ୍ଟି ହୋଇଥାଏ । ଯଦି ରାସ୍ତାରେ ବିନା ନିୟମରେ ଗାଡ଼ି ଚଳାନ୍ତି, ତେବେ ରାସ୍ତାରେ ଯିବା କଷ୍ଟକର ହେବା ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏଥିପାଇଁ ସେଥିପାଇଁ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଯଦି କେହି ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏପରି ପରିସ୍ଥିତିରେ ଟ୍ରାଫିକ୍ ପୋଲିସ ଦ୍ୱାରା ଚାଲାଣ କଟାଯିବା ସହ କେତେକ କ୍ଷେତ୍ରରେ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ । କିନ୍ତୁ ହର୍ଣ୍ଣ ବଜାଇଲେ ବି ଚାଲାଣ କଟିପାରେ ଆପଣ କେବେ ଭାବିଛନ୍ତି କି?

କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କିନ୍ତୁ ଏମିତି ସବୁଠି ହର୍ଣ୍ଣ ବଜାଇଲେ ଚାଲାଣ କଟିନଥାଏ । ସହରଗୁଡ଼ିକରେ ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ହର୍ଣ୍ଣ ବଜାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପରି ସ୍ଥାନକୁ ‘ ନୋ ହର୍ଣ୍ଣର୍ ପ୍ଲେସ୍’ ବା ‘ନୋ ହର୍ଣ୍ଣ ଜୋନ୍’ କୁହାଯାଏ । ସ୍କୁଏ ଓ ମେଡିକାଲ ଆଦି ସ୍ଥାନରେ ଏହି ‘ନୋ ହର୍ଣ୍ଣ ଜୋନ୍’ ନିୟମ ଲାଗୁ ହୋଇଥାଏ ଓ ସେଠାରେ ଏହାର ସାଇନ୍ ବି ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ‘ନୋ ହର୍ଣ୍ଣ ଜୋନ’ର ସାଇନ୍ ଦେଖନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ଯଦି ସେଠାରେ ହର୍ଣ୍ଣ ବଜାଇ ଧରାପଡିଲେ ଆପଣଙ୍କୁ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ।

‘ନୋ ହର୍ଣ୍ଣ ଜୋନ୍’ରେ ହର୍ଣ୍ଣ ବଜାଇବାକୁ ନେଇ ବିଭିନ୍ନ ସହର କିମ୍ବା ରାଜ୍ୟରେ ଜୋରିମାନାର ପରିମାଣ ମଧ୍ୟ ଅଲଗା ରହିଛି । ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିୟମ କରାଯାଇଛି । ଲୋକମାନଙ୍କୁ କୌଣସି ‘ନୋ ହର୍ଣ୍ଣ ଜୋନ୍’ରେ ହର୍ଣ୍ଣ ବଜାଇବା ଉଚିତ୍ ନୁହେଁ । ଯଦି କେହି ହର୍ଣ୍ଣ ବଜାଉଥିବାର ଧରାପଡ଼ନ୍ତି, ତେବେ ଏହା ନିୟମର ଉଲ୍ଲଂଘନ ହେବ ବୋଲି ଧରାଯିବ ।

Get real time updates directly on you device, subscribe now.