Breaking: ଶିବରାତ୍ରୀ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା: ବଢ଼େଇବାଙ୍କଠାରୁ ଆଗକୁ ଗଡ଼ିବ ନାହିଁ ଗାଡ଼ି

ଭୁବନେଶ୍ୱର: ଶିବରାତ୍ରୀ ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ କଟକଣା । ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ଟ୍ରାଫି କଟକଣା । ୨୬ ତାରିଖ ପାଇଁ କଟକଣା ଲାଗୁ କଲା କମିଶନରେଟ୍ ପୋଲିସ । ରଥରୋଡ୍ ଓ ପୁନାମା ଗେଟ୍ ପଟୁ ଆସୁଥିବା ଯାନ ବଢ଼େଇବାଙ୍କଠାରୁ ଆଗକୁ ଯିବନି ।

ଜାଗର ପାଇଁ  ସମସ୍ତ ଶୈବ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ମହାଶିବରାତ୍ରୀ ନେଇ ଗତ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା ।

 

ତେବେ ଲିଙ୍ଗରାଜ ମନ୍ଦିରରେ କେତେବେଳେ ମହାଦୀପ ଉଠିବ ସେନେଇ ଆଲୋଚନା ହୋଇଥିବା ବେଳେ ରାତି 10 ନେଇ ସମୟ ନିର୍ଘଣ୍ଚ କରାଯାଇଛି । କିଭଳି ଶାନ୍ତିପୂର୍ଣ୍ଣ ଭାବେ ନୀତି ସମ୍ପନ୍ନ ହେବ ସେନେଇ ବୈଠକରେ ଗୁରୁତ୍ବ ଦିଆଯାଇ ସମସ୍ତ ଆଲୋଚନା ହୋଇଥିଲା ।

ପୂର୍ବରୁ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ପ୍ରକାଶଥାଉକି, ଶ୍ରୀଲିଙ୍ଗରାଜ ମନ୍ଦିରରେ ବ୍ୟବହାର ହେବନି କୋହେନୁର ପଞ୍ଜିକା ।

କୋହେନୁର ପଞ୍ଜିକା ବଦଳରେ ଖଡ଼ିରତ୍ନ ପଞ୍ଜିକା ପ୍ରଚଳନ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଶିବରାତ୍ରୀ ଦିନ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି ।