fbpx

ରେଳ ଲାଇନ ନିର୍ମାଣ କାର୍ଯ୍ୟ ପାଇଁ ଜାରି ହେଲେ କଟକଣା;ଭୁବନେଶ୍ୱର ଆସୁଥିଲେ ରୁହନ୍ତୁ ସତର୍କ

ଭୁବନେଶ୍ୱର:ଲୋକମାନେ ଯେଉଁ ଭଳି ଟ୍ରାଫିକ ଅସୁବିଧାରେ ସମ୍ମୁଖୀନ ନ ହୁଅନ୍ତି ଏହାକୁ ନେଇ ସଦାସର୍ବଦା ପୋଲିସ ଚିନ୍ତା କରନ୍ତି । ତେବେ ସର୍ବସାଧାରଣଙ୍କ ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ବିଜ୍ଞପ୍ତି ନେଇ ସୂଚନା ଦିଆଯାଇଛି । ଭୁବନେଶ୍ୱର ଠାରୁ ମଞ୍ଚେଶ୍ୱର ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ନିମନ୍ତେ ନିମ୍ନ ଲିଖିତ କଟକଣା ଜାରୀ କରାଯାଇଛି । ଏହି କଟକଣା ଗତକାଲି ଠାରୁ ଆରମ୍ଭ ହେଇ ବ୍ରିଜ କାମ ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ସୂଚନାମୁତାବକ ରସୁଲଗଡ଼ ରେଳ ଓଭରବ୍ରିଜ୍‌ ଯାହା ବାଣୀବିହାର/ସତ୍‌ସଙ୍ଗବିହାର ପଟୁ ପଳାଶୁଣି-କଟକ ପଟକୁ ଯାଇଛି, ତାହାକୁ ବନ୍ଦ କରିଦିଆଯିବା ଓ ଭାଙ୍ଗି ଦିଆଯିବ ବୋଲି ପୋଲିସ ସୂଚନାଦେଇଛି । ଏ ପୁରୁଣା ରେଳଓଭରବ୍ରିଜ୍‌ ଯୋଗୁ ଚତୁର୍ଥ ରେଳଲାଇନ୍‌ ହୋଇପାରୁ ନାହିଁ। ତେବେ ବିକଳ୍ପ ରେଳ ଓଭରବ୍ରିଜ୍‌ରେ ଯାଉଥିବା ଗାଡ଼ି ପାଇଁ ବିପଦ ନିଶ୍ଚିତ ରହିବ।

ତେଣୁ ଏଠି ପାଇଁ ସତର୍କତା ଅବଲମ୍ବନ କରିବାକୁ ପୋଲିସ ସୂଚନା ଦେଇଛନ୍ତି। ଏହି ସବୁ ଦିଗ ପ୍ରତିଧ୍ୟାନ ଦିଅନ୍ତୁ : କୌଣସି ବି ଗାଡ଼ିରେ ଯାଆନ୍ତୁ, ପଳାଶୁଣି-କଟକ ପଟକୁ ଫ୍ଲାଇଓଭର ଧରିଲେ ସତର୍କ ରହିବେ।

-ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରର ପୂର୍ବ ଶୁକ୍ରବାରଗୁଡ଼ିକ ଭୁବନେଶ୍ୱରର ଟ୍ରାଫିକ୍‌ ଜାମ୍‌ ହୁଏ। ତେଣୁ ଯଦି ଭୁବନେଶ୍ୱରରୁ ବାହାରକୁ ଯିବାର ଥାଏ ବା ବାଟରେ ଭୁବନେଶ୍ୱର ପଡୁଥାଏ, ତେବେ ଦିନ ୩ଟା ୩୦ ପୂର୍ବରୁ ଭୁବନେଶ୍ୱର ଛାଡ଼ନ୍ତୁ ବା ଅତିକ୍ରମ କରିଯାଆନ୍ତୁ।କାରଣ ଏହାପରେ ବହୁ ଭିଡ଼ ହେବାର ସମ୍ଭାବନା ଥାଏ ।

-କିପରି ଅଧିକ ଦୁର୍ଘଟଣାକୁ ରୋକ ଯାଇପାରିବ ସେଦିଗରେ ମଧ୍ୟ ପୋଲିସ କାର୍ଯ୍ୟ କରୁଛନ୍ତି । କାରଣ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ହେଉଛି ପୋଲିସର କର୍ତ୍ତବ୍ୟ ।

Get real time updates directly on you device, subscribe now.