fbpx

(Video) ଜନନୀ ଯନ୍ତ୍ରଣାର କରୁଣ ଚିତ୍ର: କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ସରକାର, ସାଇକେଲରେ ବୁହା ହେଲେ ଗର୍ଭବତୀ

Advertisement

ନବରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର। ଖଟିଆ ପରେ ଏବେ ସାଇକେଲରେ ବୁହା ହେଉଛନ୍ତି ଗର୍ଭବତୀ। ଦେଖନ୍ତୁ ଏ ଦୃଶ୍ୟ କୁ କିଭଳି ବିପଦପୂଣ୍ଣ ଭାବେ ଖଟିଆରେ ବୁହା ହୋଇ ଆସୁଛନ୍ତି ଗର୍ଭବତୀ ମହିଳା ଜଣକା

ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଦିଉଡୁଗୁଡା ଗ୍ରାମର। ଏହି ଗ୍ରାମର ଚୈତନ୍ୟ ସାନ୍ତକ୍ଷ ଙ୍କ ସ୍ତ୍ରୀ ରଇଲା ସାନ୍ତକ୍ଷାଙ୍କର ରାତି ୩ଟା ବେଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା, ସେଥିପାଇଁ ଆଶା ବନିତା ଗୌଡ଼ ଙ୍କୁ ଖବର ଦିଆଯାଇଥିଲା, ଆଶା ଦିଦି ସକାଳ ୬ଟାରେ ଫୋନ କରିଥିଲେ ୧୦୨ଆମ୍ବୁଲାନ୍ସକୁ। ସକାଳ ୧୦ଟା ରେ ପହଞ୍ଚିଥିଲା ଆମ୍ବୁଲାନ୍ସ। କିନ୍ତୁ ଗାଁ ରୁ ପାଖାପାଖି ଦେଢ଼ କିମି ରାସ୍ତା କାଦୁଅ ପଚ ପଚ ରାସ୍ତା ହୋଇଥିବାରୁ ଗାଡି ଗାଁ ରେ ପହଞ୍ଚି ପାରିନଥିଲା। ତେଣୁ ବାଧ୍ୟ ହୋଇ ଦଢ଼ କିମି ସାଇକେଲ ରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ଗର୍ଭବତୀ ମହିଳାଙ୍କୁ।

ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିଲେ ବି ଏ ସବୁ ପ୍ରତି କିନ୍ତୁ ସରକାରଙ୍କ ନିଘା ନାହିଁ । ସତେ ଯେମିତି ସରକାର କୁମ୍ଭକଣ୍ଣ ନିଦ୍ରାରେ ଶୋଇଛନ୍ତି । ଯଦି ମା ଟିଏ ଏଭଳି ପରିସ୍ଥିତିର ସାମ୍ନା କରୁଛି ତେବେ ସରକାରଙ୍କ ଏ ମାଳ ମାଳ ଯୋଜନା କାହା ପାଇଁ ? କେବେ ସୁଧୁରିବ ଏ ପରିସ୍ଥିତି ? କେବେ ଏମାନଙ୍କ ପାଖେ ପହଞ୍ଚିବ ସରକାରଙ୍କ ଯୋଜନା ?

 

Get real time updates directly on you device, subscribe now.