ବିଚିତ୍ର ସଂଯୋଗ! ପତ୍ନୀଙ୍କୁ ‘OK’ କହିବା ପରେ ରେଲୱେର ୩ କୋଟି କ୍ଷତି ହେଲା, ଦାମ୍ପତ୍ୟ କଳହର ବଡ଼ ସାଇଡ୍ ଇଫେକ୍ଟ ଦେଖିଲା ଦୁନିଆ
ନୂଆଦିଲ୍ଲୀ: ଆଜିକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିବା ଏକ ସାଧାରଣ କଥା । ତେବେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଉଥିବା ଏଇ ବିବାଦର ସାଇଡ୍ ଇଫେକ୍ଟ ଯେ ଯେ ଏତେ ଭୟଙ୍କର ହୋଇପାରେ, ତା’ର ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି । ସ୍ୱାମୀ ତାଙ୍କର ପତ୍ନୀଙ୍କୁ ‘ଓକେ’ କହିବା ପରେ ଆଜି କୋଟି କୋଟି ଟଙ୍କାର କ୍ଷତି ସହିଛି ଭାରତୀୟ ରେଳ ବିଭାଗ । ଏଭଳି ବିଚିତ୍ର ସଂଯୋଗ ବୋଧହୁଏ ପୂର୍ବରୁ କେବେ ଦେଖିବାକୁ ମିଳିନଥିବ । କେବଳ ଏତିକି ନୁହେଁ ଏହି କାରଣୁ ସ୍ୱାମୀ ତାଙ୍କର ଚାକିରିରୁ ସସପେଣ୍ଡ ମଧ୍ୟ ହୋଇଛନ୍ତି ।
ଖବର ମୁତାବକ, ଦାମ୍ପତ୍ୟ ଝଗଡ଼ା କାରଣରୁ ଟ୍ରେନଟି ରଙ୍ଗ ରୁଟରେ ଚାଲିଯାଇଥିଲା । ଫଳରେ ରେଲୱେର ୩ କୋଟି କ୍ଷତି ହୋଇଥିଲା । ଜଣେ ବ୍ୟକ୍ତି ଡ୍ୟୁଟିରେ ଥିବା ସମୟରେ ତାଙ୍କ ପାଖକୁ ପତ୍ନୀଙ୍କର ଫୋନ ଆସିଥିଲା । ଉଭୟ ଫୋନରେ କଥାବାର୍ତ୍ତା ଜାରି ଚାଲିଥିଲା । ସ୍ୱାମୀ ଗୋଟିଏ ହାତରେ ମୋବାଇଲରେ ପତ୍ନୀଙ୍କ ସହ କଥା ହେଉଥିବା ବେଳେ ଅନ୍ୟ ହାତରେ ଅଫିସ ଫୋନ ଧରିଥିଲେ । ଏହି ସମୟରେ ଷ୍ଟେସନ ମାଷ୍ଟରଙ୍କୁ ପତ୍ନୀ କହିଥିଲେ, ଘରକୁ ଆସି । ଏହାପରେ ସ୍ୱାମୀ କହିଥିଲେ ‘ଓକେ’ । ତେବେ ଏହି ‘ଓକେ’ ଶବ୍ଦ ଶୁଣିବା ପରେ ଅଫିସ ଫୋନର ଲାଇନରେ ଥିବା ଅନ୍ୟ ଷ୍ଟେସନ ମାଷ୍ଟର ଟ୍ରେନ ଛାଡ଼ିବାକୁ ସଙ୍କେତ ଦେଇଥିଲେ । ଫଳରେ ବନ୍ଦ ରୁଟରେ ଟ୍ରେନ ଚାଲିଯାଇଥିଲା । ପରବର୍ତ୍ତୀ ସମୟରେ ଫୋନରେ ଝଗଡ଼ା କରୁଥିବା ଷ୍ଟେସନ ମାଷ୍ଟରଙ୍କୁ ରେଳବାଇ ସସପେଣ୍ଡ କରିଥିଲା ।
ବିଶାଖାପଟନମର ବାସିନ୍ଦା ଏହି ଷ୍ଟେସନ ମାଷ୍ଟର ୨୦୧୧ରେ ଭିଲାଇ ସ୍ଥିତ ଜଣେ ଯୁବତୀଙ୍କୁ ମ୍ୟାରେଜ କରିଥିଲେ । ତେବେ ବିବାହ ପରେ ପତ୍ନୀଙ୍କର ପରକୀୟା ବିଷୟରେ ସ୍ୱାମୀ ଅଭିଯୋଗ ଆଣିଥିଲେ । ତେବେ ଦିନେ ରାତିରେ ଷ୍ଟେସନ ମାଷ୍ଟର ଡ୍ୟୁଟିରେ ଥିବା ସମୟରେ ପତ୍ନୀ କଲ୍ କରିଥିଲେ । ସେହି ସମୟରେ ପତି ଓକେ କହିବା ପରେ ଟ୍ରେନ ରଙ୍ଗ ରୁଟରେ ଚାଲିଯାଇଥିଲା । ଏହି ଘଟଣା ପରେ ପତ୍ନୀଙ୍କ ଉପରେ ମାନସିକ ନିର୍ଯାତନାର ଅଭିଯୋଗ ଆଣି ପତି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଶେଷରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ପତ୍ନୀଙ୍କ ସହ ଝଗଡ଼ା କାରଣରୁ ରେଳବାଇ ସ୍ୱାମୀଙ୍କୁ ସସପେଣ୍ଡ କରିଥିବା ବେଳେ ହାଇକୋର୍ଟ ସ୍ୱାମୀଙ୍କ ଛାଡ଼ପତ୍ରକୁ ମଞ୍ଜୁରୀ ପ୍ରଦାନ କରିଥିଲେ ।