fbpx

ରେଳଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ: ମହଙ୍ଗା ହେବ ଟ୍ରେନ ଯାତ୍ରା, ଜାଣନ୍ତୁ କଣ ରହିଛି କାରଣ

Advertisement

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ପୁଣି ଅର୍ଥନୀତିର ଚାପ ଭାରି ପଡ଼ିଛି । ଦୂରଗାମୀ ରେଳଯାତ୍ରୀ ଙ୍କୁ ମହଙ୍ଗା ହେବ ରେଳ ଯାତ୍ରା । ନୂତନ ପିଢ଼ି ପାଇଁ ନୂତନ ଭାବରେ ଷ୍ଟେସନ ଗୁଡ଼ିକ ବିକଶିତ ହେବାରେ ଲାଗିଛି । ଏହି ବିକଶିତ ହୋଇଥିବା ଷ୍ଟେସନଗୁଡ଼ିକରେ ଟ୍ରେନ ଚଢ଼ିଲେ କିମ୍ବା ଓହ୍ଲାଇଲେ ଯାତ୍ରୀଙ୍କୁ ଷ୍ଟେସନ ବିକାଶ ଫି ଦେବାକୁ ହେବ । ରେଳବାଇ ପକ୍ଷରୁ ଉକ୍ତ ଶୁଳ୍କ ଲାଗୁ ସଂପର୍କରେ ଯୋଜନା କରାଯାଉଛି । ଉକ୍ତ ଶୁଳ୍କ ବିଭିନ୍ନ ବର୍ଗରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭିନ୍ନଭିନ୍ନ ରହିବ । ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଯାତ୍ରୀମାନେ ଦେବେ । ଅଧିକାରୀଙ୍କ କହିବାନୁଯାୟୀ, ଉକ୍ତ ଫି କୁ ଟ୍ରେନ ଟିକଟ ବୁକିଂ ସମୟରେ ଆଦାୟ କରାଯିବା ସମ୍ଭାବନା ରହିଛି ।

ପୁନଃବିକାଶ ଷ୍ଟେସନଗୁଡ଼ିକ କାର୍ଯ୍ୟକ୍ଷମ ହେବାପରେ ଉକ୍ତ ଫି ଲାଗୁ ହେବ । ୩ ଟି ବର୍ଗରେ ଏହି ଫି ଆଦାୟ ହେବ । ଏସି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ୫୦ ଟଙ୍କା, ସ୍ଲିପର ଶ୍ରେଣୀର ଯାତ୍ରୀଙ୍କ ଠାରୁ ୨୫ଟଙ୍କା ଏବଂ ଅସଂରକ୍ଷିତ ଶ୍ରେଣୀର ଯାତ୍ରୀଙ୍କ ଠାରୁ ୧୦ଟଙ୍କା ଆଦାୟ କରାଯିବ । ତେବେ ସବଅର୍ବାନ ଟ୍ରେନ ଯାତ୍ରା କ୍ଷେତ୍ରରେ ଏ ବାବଦରେ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ରେଳବୋଡର଼୍ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି । ଏଥିସହିତ ଏସବୁ ଷ୍ଟେସନରେ ପ୍ଲାଟଫର୍ମ ଟିକଟ ୧୦ ଟଙ୍କା ଲେଖାଏଁ ବଢ଼ିଯିବ ।

Get real time updates directly on you device, subscribe now.