ଇନଷ୍ଟାଗ୍ରାମରେ ସେନା ୟୁନିଫର୍ମ ପିନ୍ଧି ରିଲ୍ କରି ଯୁବତୀଙ୍କୁ ଫସାଉଥିଲେ, ଶେଷରେ ଧରାପଡିଲେ ବାଲେଶ୍ୱରର ଏହି ଯୁବକ
ଇନଷ୍ଟାଗ୍ରାମରେ ସେନା ୟୁନିଫର୍ମରେ ରିଲ ଏବଂ ଯୁବତୀମାନଙ୍କୁ ଫସାଇବାର ଚେଷ୍ଟା, ଠକଙ୍କୁ ପୋଲିସ ଗିରଫ କରିଛି। ଉତ୍ତରପ୍ରଦେଶ ସରୋଜନୀନଗରର ପୋଲିସ ହାତରେ ଧରାପଡିଛି ଓଡ଼ିଶାର ଏହି ଠକ..
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଜଣେ ବ୍ୟକ୍ତିଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ନିଜକୁ ସୈନ୍ୟକର୍ମୀ କହି ମହିଳାମାନଙ୍କୁ ଠକୁଥିବା ଜଣେ ମାଷ୍ଟରମାଇଣ୍ଡ କ୍ରିମିନାଲଙ୍କୁ ସରୋଜନୀନଗର ପୋଲିସ ଗିରଫ କରିଛି।
ଅପରାଧୀଙ୍କ ପାଖରୁ ମିଳିଲା ଏହି ଜିନିଷ: ଏହି ଅପରାଧୀଙ୍କ ପାଖେ ଆର୍ମି ମେଡିକାଲ କୋରର ବ୍ୟାଚ୍ ଲାଗିଥିବା ୟୁନିଫର୍ମ, ଚାମ୍ପିୟନ୍ସ ଫୋର୍ସ ୟୁନିଫର୍ମର ଥ୍ରି ୟୁନିଫର୍ମ ଷ୍ଟାର, କମାଣ୍ଡୋ ୟୁନିଫର୍ମର ବ୍ୟାଚ, ନକଲି ଆଧାର ଏବଂ ପ୍ୟାନ କାର୍ଡ ସହ ଅନେକ ଜିନିଷ ମିଳିଛି।
ସେ ଇନଷ୍ଟାଗ୍ରାମରେ ସେନା ୟୁନିଫର୍ମ ପିନ୍ଧି ରୀଲ ଅପଲୋଡ କରି ମହିଳାମାନଙ୍କୁ ଏବଂ ଯୁବତୀମାନଙ୍କୁ ନିଜ ଜାଲରେ ଫସାଉଥିଲେ।
ପୀଡ଼ିତାଙ୍କ ଅଭିଯୋଗ: ସରୋଜନୀନଗରର ଜଣେ ବିବାହିତା ସୋମବାର ଦିନ ରିପୋର୍ଟ ଦାଖଲ କରିଥିଲେ, ତାଙ୍କର ବିବାହ କାକୋରୀ ଅଞ୍ଚଳରେ ହୋଇଥିଲା। ତାଙ୍କ ସ୍ୱାମୀ ମଦ ପିଇ ତାଙ୍କୁ ବାଡାଉଥିଲା, ଯାହା ପାଇଁ ସେ କୋର୍ଟରେ କେସ ମଧ୍ୟ କରିଥିଲେ।
ଏହାରି ମଧ୍ୟରେ ସେ ଇନଷ୍ଟାଗ୍ରାମରେ ହାର୍ତିକ ବୋଗଲୋ ନାମକ ଯୁବକଙ୍କ ସହ ଭେଟ ହୋଇଥିଲା। ସେ ନିଜକୁ ହିନ୍ଦୁ ଏବଂ ସେନାରେ ଡାକ୍ତର ବୋଲି କହିଥିଲେ।
ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି: ଅଭିଯୁକ୍ତ ଏହି ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ସାଢେ ଚାରି ଲକ୍ଷ ଟଙ୍କାର ମୂଲ୍ୟର ଗହଣା ନେଇ ବିକ୍ରି କରିଦେଇଥିଲେ। ପରେ ଜଣାପଡିଥିଲା ଯେ, ସେ ତାଙ୍କ ସହ ଠକେଇ କରିଥିଲେ। ଅଭିଯୁକ୍ତଙ୍କ ଅସଲି ନାମ ହାଇଦର ଅଲି, ସେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅଟନ୍ତି।
କେମିତି ଫସାଉଥିଲେ: ଜେରା ସମୟରେ ସେ କହିଥିଲେ ଯେ, ସେ ସିକ୍ୟୁରିଟି ଏଜେନ୍ସି ଜରିଆରେ ହାଇଦ୍ରାବାଦ, କେରଳ, ଓଡ଼ିଶା, କର୍ଣ୍ଣାଟକ, କୋଲକାତା ଏବଂ ଲକ୍ଷ୍ନୌରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରିଆସିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ସହ ରହୁଥିଲେ। ସେ ସେନାର ୟୁନିଫର୍ମ ପିନ୍ଧି ରୀଲ କରି ଇନଷ୍ଟାଗ୍ରାମ ଜରିଆରେ ଯୁବତୀମାନଙ୍କ ସହ ସାଙ୍ଗ ହେଉଥିଲେ।
ସେ ଏହି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ବନ୍ଧ ରଖିବା ସହ ଲକ୍ଷ ଲକ୍ଷ ଟଙ୍କାର ଗହଣା ନେଇଯାଇଥିଲେ।