fbpx

୨ଦିନ ଧରି ପାହାଡ଼ ମଝିରେ ବିନା ଖାଦ୍ୟ ଓ ପାଣିରେ ଫସିରହିଥିଲେ ଯୁବକ, ଏପରି ଜୀବନ ବଞ୍ଚାଇଲେ ଯବାନ

ଥିରୁବନ୍ତପୁରମ୍: ୪୮ ଘଣ୍ଟା ପାହାଡ଼ ସନ୍ଧିରେ ଫସି ରହିବା ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭାରତୀୟ ସେନା ଓ ବାୟୁସେନାଙ୍କ ମିଳିତ ପ୍ରୟାସରେ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ଏକ ଦଉଡି ସହାୟତାରେ ପାହାଡ଼ ସନ୍ଧିରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଗଲା । ସହାୟତା ପୂର୍ବକ ଏକ ଦଉଡ଼ି ଜରିଆରେ ଯୁବକଙ୍କୁ ଉପରକୁ ଟଣାଯାଇଥିଲା ।

କେରଳରେ ଦୁଇ ଦିନ ଧରି ବିନା ଖାଦ୍ୟ ଓ ପାଣିରେ ଜଣେ ୨୩ ବର୍ଷିୟ ଯୁବକ ଦୁଇଟି ପାହାଡ଼ ସନ୍ଧିରେ ଫସିଯାଇଥିଲେ । ବୁଧବାର ଦିନ ସକାଳେ ତାଙ୍କୁ ଯବାନ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ସୂଚନା ଯେ, କେରଳର ପାଲକ୍କଡ୍ ଜିଲ୍ଲାରେ ଥିବା ଏକ ପାହାଡ଼କୁ ବାବୁ(୨୩) ନାମକ ଜଣେ ଯୁବକ ଟ୍ରେକିଂରେ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ଼ ଖସିଯିବା ଫଳରେ ଦୁଇଟି ପାହାଡ଼ ମଝିରେ ସେ ଫସିଯାଇଥିଲେ ।

ପ୍ରାୟ ଦୁଇ ଧରି ବାବୁ ବିନା ଖାଦ୍ୟ ଓ ପାଣିରେ ପାହାଡ଼ ସନ୍ଧିରେ ବସି ରହିଥିଲେ । ସୋମବାର ଦିନ ସେ ନିଜ ସାଙ୍ଗ ମାନଙ୍କ ସହିତ କୁରୁମବାଚି ହିଲ୍ସକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଲେ ବିଫଳ ହୋଇଥିଲେ । ଏହାପରେ ସେମାନେ ପୋଲିସ୍ କୁ ଏ ସଂକ୍ରାନ୍ତରେ ଜଣାଇଥିଲେ । ଏହାପରେ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.