fbpx

ପତ୍ନୀଙ୍କ ଶରୀରକୁ ନିଜର ସମ୍ପତ୍ତି ଭାବିବା ବୈବାହିକ ବଳାତ୍କାର ଓ ଛାଡପତ୍ର ନେବାର ଠୋସ୍ ଆଧାର: ହାଇକୋର୍ଟ

କୋଚ୍ଚି: ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଦିନ କିଛି ନା କିଛି ନୂଆ ଆଇନ ସାମ୍ନାକୁ ଆସିଥାଏ । ଏହାରି ମଧ୍ୟରେ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ‘ପତ୍ନୀଙ୍କ ଶରୀରକୁ ସ୍ୱାମୀ ନିଜର ସମ୍ପତ୍ତି ଭାବିବା ଓ ତାଙ୍କ ଇଚ୍ଛା ବିରୋଧରେ ଯୌନ ସମ୍ବନ୍ଧ ରଖିବା ବୈବାହିକ ବଳାତ୍କାର । ଫ୍ୟାମିଲି କୋର୍ଟରେ ଛାଡପତ୍ରକୁ ମଞ୍ଜୁରୀ ଦେବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରୁଥିବା ବ୍ୟକ୍ତିଙ୍କ ୨ଟି ଆବେଦନକୁ ଖାରଜ କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି ।

ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ୍ ଏବଂ ଜଷ୍ଟିସ୍ କୌସର ଏଡପ୍ପାଗଥଙ୍କ ଖଣ୍ଡପୀଠରେ କୁହାଯାଇଛି ଯେ, ‘ବିବାହ ଏବଂ ଛାଡପତ୍ର ଧର୍ମନିରପେକ୍ଷ ଆଇନ ଅନୁଯାୟୀ ହେବା ଉଚିତ ଓଂ ଦେଶର ବିବାହ ଆଇନକୁ ସଂଶୋଧନ କରିବାର ସମୟ ଆସିଛି । ଦଣ୍ଡବିଧାନ ଆଇନ ଅନୁଯାୟୀ ବୈବାହିକ ବଳାତ୍କାରକୁ ଆଇନ ସ୍ୱୀକୃତି ଦେଇନି । କେବଳ ଏହି କାରଣରୁ କୋର୍ଟରେ ଛାଡପତ୍ର ନେବାର ଆଧାର ଭାବରେ ଏହାକୁ ଗ୍ରହଣ କରାଯିବ । ତେଣୁ ବୈବାହିକ ବଳାତ୍କାର ଆଧାରରେ ଛାଡପତ୍ରର ଦାବି କରିବା ଠୋସ୍ ଆଧାର ।

ତେବେ କ୍ରୁରତା କାରଣରୁ ଛାଡପତ୍ର ପାଇଁ ଆବେଦନକୁ ଗ୍ରହଣ କରିଥିବା ଫ୍ୟାମିଲି କୋର୍ଟର ନିଷ୍ପତ୍ତି ବିରୋଧରେ ସ୍ୱାମୀଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏହା ବ୍ୟତୀତ ସ୍ୱାମୀଙ୍କ ଦ୍ୱାରା ବୈବାହିକ ଅଧିକାରକୁ ମାଗୁଥିବା ଅନ୍ୟ ଏକ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ସୂଚନା ମୁତାବକ, ୧୯୯୫ ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ବାହାଘର ସମୟରେ ଡାକ୍ତର ବର ନିଜ ପତ୍ନୀଙ୍କ ପିତାଙ୍କଠାରୁ ୫୦୧ ସୁନା ମୁଦ୍ରା, କାର ଓ ଫ୍ଲାଟ ନେଇଥିଲେ । ସେ ନିଜ ପତ୍ନୀଙ୍କୁ ଟଙ୍କା ରୋଜଗାର କରୁଥିବା ମେସିନ୍ ପରି ବ୍ୟବହାର କରିଥିଲେ ଓ ବୈବାହିକ ଜୀବନ ପାଇଁ ପତ୍ନୀ ସବୁକିଛି ସହିଯାଉଥିଲେ । କିନ୍ତୁ ନିର୍ଯ୍ୟାତନା ଯେତେବେଳେ ଅସହ୍ୟ ହୋଇପଡିଥିଲା, ସେତେବେଳେ ସେ ଛାଡପତ୍ର ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.