fbpx

HIVରେ ୪୭ ଛାତ୍ରଙ୍କ ମୃତ୍ୟୁ, ୮୨୮ ଜଣ ପଜିଟିଭ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଚ୍.ଆଇ.ଭି ଏକ ବିପଜ୍ଜନକ ଏବଂ ସଂକ୍ରାମକ ରୋଗ। ବର୍ତ୍ତମାନ ଏହି ରୋଗ ତ୍ରିପୁରାର ଛାତ୍ରମାନଙ୍କୁ ଘାରିଛି। ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରେ ୮୨୮ ଜଣ ଛାତ୍ର ଏଚ୍.ଆଇ.ଭି ପଜିଟିଭ୍ ଥିବା ଜଣାପଡିଛି ଏବଂ ଏଥିମଧ୍ୟରୁ ୪୭ ଜଣ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତ୍ରିପୁରା ରାଜ୍ୟ ଏଡସ୍ କଣ୍ଟ୍ରୋଲ୍ ସୋସାଇଟି (TSACS) ନିକଟରେ ଏହି ସୂଚନା ପ୍ରଦାନ କରିଛି। ଏହି ତଥ୍ୟ ଅନୁଯାୟୀ, ରାଜ୍ୟରେ ୮୨୮ ଜଣ ଛାତ୍ର ଏଚ୍.ଆଇ.ଭି ପଜିଟିଭ୍ ବୋଲି ପ୍ରମାଣିତ ହୋଇଛି। ସେଥିମଧ୍ୟରୁ ୪୭ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ୫୭୨ ଜଣ ଛାତ୍ର ଏହି ରୋଗରେ ପୀଡିତ ଅଛନ୍ତି। ତ୍ରିପୁରା ସାମ୍ବାଦିକ ସଂଘ, ୱେବ୍ ମିଡିଆ ଫୋରମ୍ ଏବଂ ତ୍ରିପୁରା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି (TSACS) ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ ୱାର୍କସପକୁ ସମ୍ବୋଧିତ କରିବାବେଳେ ଏହି ସୂଚନା TSACS ଜଏଣ୍ଟ ଡିରେକ୍ଟର ସୁଭ୍ରଜିତ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।

ଏଚଆଇଭିର ଏହି ସଂଖ୍ୟାକୁ ନେଇ ଟିଏସଏସିଏସ କହିଛି ଯେ, ଜାରି ହୋଇଥିବା ସଂଖ୍ୟାରୁ ଜଣାପଡିଛି ଯେ, ରାଜ୍ୟରେ ପ୍ରତିଦିନ ୫ରୁ ୭ଟି ନୂଆ ମାମଲା ଏଚଆଇଭିକୁ ନେଇ ଆସୁଛି । ଏହି ସଂଖ୍ୟାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଚଆଇଭି ପୀଡିତ ତ୍ରିପୁରାର ଅନେକ ଛାତ୍ର ଦେଶର ବିଭିନ୍ନ ରାଜ୍ୟର ୟୁନିର୍ଭସିଟୀ ବା ବଡ କଲେଜରେ ଆଡମିଶନ ନେଇ ପଢୁଛନ୍ତି । ଏହା ମଧ୍ୟ ସୂଚୀତ କରାଯାଇଛି ଯେ, ଯେଉଁ ଛାତ୍ର ନିଶା ପାଇଁ ଇଞ୍ଜେକ୍ସନର ବ୍ୟବହାର କରୁଛନ୍ତି, ସେମାନଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଛି । ଟିଏସଏସିଏସର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମେ ୨୦୨୪ ପର୍ଯ୍ୟନ୍ତ ଆମେ ଆର୍ଟ- ଆଣ୍ଟିରେଟ୍ରୋଭାଇରାଲ ଥେରାପି କେନ୍ଦ୍ରରେ ୮ହଜାର ୭୨୯ ଲୋକଙ୍କୁ ରେଜିଷ୍‌ଟର୍ଡ କରିଥିଲୁ । ଏଥିରୁ ଏଚଆଇଭିରେ ପୀଡିତ ଲୋକଙ୍କ ସମୁଦାୟ ସଂଖ୍ୟା ୫ହଜାର ୬୭୪ ଏବଂ ଏଥିରୁ ୪ ହଜାର ୫୭୦ ପୁରୁଷ ଏବଂ ୧୧୦୩ ମହିଳା ଏବଂ ଜଣେ ରୋଗୀ ଟ୍ରାନ୍ସଜେଣ୍ଡର ଅଟନ୍ତି ।

Get real time updates directly on you device, subscribe now.