Trojan Horse କ’ଣ, ଯାହାର ବ୍ୟବହାର କରି ରୁଷ ଉପରେ ଆକ୍ରମଣ କଲା ୟୁକ୍ରେନ୍‌, ଜାଣନ୍ତୁ କେତେ ଭୟଙ୍କର

ଏକ ଶହ ବର୍ଷ ପୁରୁଣା ଗ୍ରୀକ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରୁଷ ଉପରେ ଆକ୍ରମଣ କଲା ୟୁକ୍ରେନ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଏକ ନୂଆ ମୋଡ଼ ନେଇଛି ଏବଂ ବର୍ତ୍ତମାନ ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ବିପଦ ନଜର ଆସୁଛି। ୟୁକ୍ରେନ ରୁଷର ଅନେକ ସ୍ଥାନକୁ ଆକ୍ରମଣ କରିଛି।

ଏହି ସମଗ୍ର ଆକ୍ରମଣରେ ଟ୍ରୋଜେନ ହର୍ସର ଶବ୍ଦ ଖୁବ ବ୍ୟବହାର କରାଯାଉଛି। ଏହି ଉପାୟ ଦ୍ୱାରା ୟୁକ୍ରେନ ରୁଷ ଉପରେ ଆକ୍ରମଣ କରି ସବୁକିଛି ଧ୍ୱଂସ କରିଦେଇଛି। ଆସନ୍ତୁ ଜାଣିବା ଏହି ଟ୍ରୋଜେନ ହର୍ସ କ’ଣ ଏବଂ କିପରି ଏହା ସାରା ଦୁନିଆ ପାଇଁ ବଡ଼ ବିପଦ ସାଜିପାରେ।

ଟ୍ରୋଜନ ହର୍ସ କଣ: ଟ୍ରୋଜନ ହର୍ସର ସମ୍ବନ୍ଧ ଏକ ପୁରୁଣା ଗ୍ରୀକ୍ କାହାଣୀରୁ ଆସିଛି। ଏଥିରେ ଗ୍ରୀକ୍ ସେନାକୁ ଟ୍ରାୟ ସହର(ତୁର୍କୀଏ) ଉପରେ ଆକ୍ରମଣ କରିବାର ଥିଲା।

ଏଥିପାଇଁ ଏକ ରଣନୀତି ପ୍ରୟୋଗ କରାଯାଇଥିଲା। ଏଥିରେ ଗ୍ରୀକ ଏକ ବଡ଼ କାଠର ଘୋଡ଼ା ତିଆରି କରିଥିଲା। ଏଥିରେ ପ୍ରାୟତଃ ୫୦ ଜଣ ସୈନିକ ଲୁଚିଥିଲେ।

ଏହି ଘୋଡ଼ାକୁ ଟ୍ରାୟ ସହରକୁ ପଠାଯାଇଥିଲା। ସେଠାରେ ସେନାଙ୍କୁ ଲାଗିଥିଲା ଯେ, ଏହା ଏକ ରାଜକୀୟ ସୋପିସ୍‌। ଅର୍ଥାତ କାହାରିକୁ ଏହା ଉପରେ ସନ୍ଦେହ ହୋଇନଥିଲା।

ଏହାପରେ ରାତି ହେବା ପରେ ଏହି ଘୋଡ଼ା ଭିତରେ ଲୁଚିଥିବା ସୈନକ ବାହାରି ଅନ୍ୟ ସୈନିକଙ୍କ ପାଇଁ କବାଟ ଖୋଲିଦେଇଥିଲେ। ଯାହାପରେ ଗ୍ରୀକ୍ସ ଟ୍ରାୟ ସହର ଉପରେ ଆକ୍ରମଣ କରିଥିଲା ଏବଂ ଏହି ସହରକୁ କବଜା କରାଯାଇଥିଲା। ସେବେଠାରୁ ଏହାକୁ ଟ୍ରୋଜନ ହର୍ସ କୁହାଗଲା।

ୟୁକ୍ରେନ ବି ଏହି ଉପାୟ ବ୍ୟବହାର କରିଛି: ଟ୍ରୋଜନ ହର୍ସର ଅର୍ଥ ଧୋକା। ୟୁକ୍ରେନ ବର୍ତ୍ତମାନ ପୁରୁଣା ଗ୍ରୀକ କାହାଣୀର ପୁନରାବୃତ୍ତି କରିଛି। ୟୁକ୍ରେନ ସିଭିଲିୟନ ଟ୍ରକଗୁଡ଼ିକରେ ଲୁଚାଇ ନିଜର ଭୟଙ୍କର ଡ୍ରୋନକୁ ରୁଷ ସୈନିକ ରହୁଥିବା ସ୍ଥାନକୁ ପଠାଇଥିଲା।

ଏହାକୁ ଖାସ ଭାବେ ଲୁଚାଯାଇଥିଲା। ରୁଷ ପହଞ୍ଚିବା ପରେ ତାକୁ ବାହାରକୁ ବାହାର କରାଯାଇ ରିମୋର୍ଟ ଦ୍ୱାରା ଆକ୍ରମଣ ପାଇଁ ଆଦେଶ ଦିଆଯାଇଥିଲା। ଫଳାଫଳ ଏହା ରହିଛି ଯେ. ରୁଷକୁ ବଡ଼ କ୍ଷତି ସହିବାକୁ ପଡ଼ିଛି ଏବଂ ସେ ୟୁକ୍ରେନର ଏହି ଟ୍ରୋଜନ ହର୍ସର ଶିକାର ହୋଇଯାଇଛି।