ମହାକୁମ୍ଭ ୨୦୨୫: ମହାକୁମ୍ଭରେ ବୁଡ଼ ପକାଇଲେ ଟମ୍ପ୍‌- ମସ୍କ! ଭାଇରାଲ ହେଉଛି AI ଭିଡିଓ

ମହାକୁମ୍ଭରେ ବୁଡ଼ ପକାଇଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ସୋସିଆଲ ମିଡିଆରେ ଭାଇରାଲ ହେଉଛି AI ଭିଡିଓ

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ଼ ପକାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ Tesla ସିଇଓ ଏଲନ୍ ମସ୍କ।

ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ AI ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବୁଡ଼ ପକାଇଲେ ଟ୍ରମ୍ପ୍‌- ଏଲନ୍‌: ବିଶ୍ୱର ସବୁଠାରୁ ଧାର୍ମିକ ଉତ୍ସବ ଭାବେ ଜଣାଶୁଣା ମହାକୁମ୍ଭ ମେଳା।

୧୩ ଜାନୁଆରୀ ଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମେତ ସାଧୁ ସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି।

ଏଥିମଧ୍ୟରେ ଏଲନ୍ ମସ୍କ ଏବଂ ଡୋନାଲ୍ଡ ଟ୍ରମ୍ପ୍ ମହାକୁମ୍ଭରେ ବୁଡ଼ ପକାଉଥିବା ଏଆଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହଲିଉଡ୍ ତାରକା: ଭାଇରାଲ ଭିଡିଓରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିୟୋନେଲ ମେସିଙ୍କୁ ମଧ୍ୟ ବୁଡ଼ ପକାଉଥିବାର ଦେଖାଯାଇଥିଲା।

ସେହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଋଷି ସୁନକଙ୍କ ଭଳି ବିଶ୍ୱ ନେତା ମଧ୍ୟ ବୁଡ଼ ପକାଉଥିବାର ନଜର ଆସିଥିଲେ।

ଏହା ସହ ୱିଲ୍ ସ୍ମିଥ୍‌, ଟମ୍ ହଲେଣ୍ଡ ଭଳି ହଲିଉଡ୍ ତାରକାଙ୍କୁ ମହାକୁମ୍ଭରେ ଦେଖିବାକୁ ମିଳିଥିଲା।

ଇନଷ୍ଟାଗ୍ରାମରେ ଭାଇରାଲ: ‘Artificialbudhi’ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ନିଜ ଆକାଉଣ୍ଟରେ ଏଆଇ ଭିଡିଓକୁ ଶେୟାର କରିଛନ୍ତି।

ଭିଡିଓ ପୋଷ୍ଟ କରିବାର ମାତ୍ର କିଛି ଦିନ ମଧ୍ୟରେ ୫.୭ ମିଲିୟନ୍ ଭ୍ୟୁ ସହ ଭାଇରାଲ ହୋଇଥିଲା।

 

View this post on Instagram

 

A post shared by Artificial Budhi (@artificialbudhi)